ପାନୀୟ ଜଳ ଓ ଗାଁ ଚାଷ ଜମିକୁ କେନାଲ ଜଳ ଯୋଗାଣ ଦାବିରେ ଭୋଟ ବର୍ଜନ

ପାନୀୟ ଜଳ ଓ ଗାଁ ଚାଷ ଜମିକୁ କେନାଲ ଜଳ ଯୋଗାଣ ଦାବିରେ ଭୋଟ ବର୍ଜନ ରାୟଗଡ଼ା ତା୧୩-୦୫-୨୪କୋଲନରା ବ୍ଲକର କୋଲନରା ପଞ୍ଚlୟତ ଅନ୍ତର୍ଗତ କନ୍ଧ ଚମ୍ପିଆ, କlରନିପlଢୁ ଏବଂ ଡଙ୍ଗପlଢୁ ତିନୋଟି ଗ୍ରାମର ୪୫୨ ଭୋଟର, ଗାଁରେ ପାଣି, ରାସ୍ତା ଓ ଚାଷ ଜମିକୁ କେନାଲ ମାଧ୍ୟମରେ ପାଣି ପଂହଚାଇବା ଭଳି ମୌଳିକ ସମସ୍ୟାକୁ ମେଇ ଭୋଟ ବର୍ଜନ କରିଛନ୍ତି, ବର୍ତ୍ତମାନ ସୁଦ୍ଧା କେହିବି ସେମାନଙ୍କର ମତ ସାବ୍ୟସ୍ତ କରିନାହାନ୍ତି, ଘଟଣା ସ୍ତଲରେ ଗ୍ରାମର ସତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପ୍ରତି ବାଦ କରୁଛନ୍ତି ।ଅନ୍ୟ ପକ୍ଷରେ କୋଲନରା ବ୍ଲକ ତହସିଲଦାର ଏବଂ ଚାନ୍ଦିଲ ଥାନା ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ବୁଝା ସୁଝା କରୁଛନ୍ତି।କିନ୍ତୁ ଗ୍ରାମ ବାସୀମାନଙ୍କ କହିବା କଥା ଦିର୍ଗ ୨୫ ବର୍ଷ ଧରି ବିଜେଡି ସରକାର ଆମ ମାନଙ୍କୁ ଠକାଇ ଆସୁଛନ୍ତି, ଏବଂ ଆମେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମନ୍ତ୍ରୀ ଜଗନ୍ନାଥ ସରକା ଏବଂ, ଏନ ଭାସ୍କର ରାଓ ଓ ସାଂସଦ ସପ୍ତଗିରି ଉଲ୍ଲକା ଙ୍କ ସହିତ ପୂର୍ବତନ ସାଂସଦ ଝିନ ହିକକା କୁ ଗାଁ ର ସମସ୍ୟାକୁ ନେଇ ବାରମ୍ବାର ଜଣାଇ ଥିଲୁ ତା ପରେ ମଧ୍ୟ ଆମର ସମସ୍ୟାର ସମାଧାନ କରୁନାହାନ୍ତି ସରକାର।ଅନ୍ୟ ପକ୍ଷରେ ସରକାର କହୁଛନ୍ତି ବିକାଶ ହେଉଛି କିନ୍ତୁ ଗାଁ ରେ କେଉଁଠି ବିକାଶ ହେଇଚି ଦେଖନ୍ତୁ ।ତେଣୁ ଆଗେ ପ୍ରଶାସନ ର ଲିଖିତ ପ୍ରତିଶୃତି ପରେ ହିଁ ଆମେ ଭୋଟ ଦେବୁ ବୋଲି ଅଡି ବସିଛନ୍ତି ଗ୍ରାମବାସୀ। ଭୋଟ କର୍ଯ୍ୟରେ ନିୟୋଜିତ କର୍ମଚାରୀ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସେମାନଙ୍କ କାର୍ଯ୍ୟ କରିବା ପାଇଁ ସକାଳୁ ୭ଟାରୁ ସମସ୍ତ ଭୋଟ ଦାନ ପ୍ରକ୍ରିୟା ପାଇଁ ଅପେକ୍ଷା କରିଥିଲେ ମଧ୍ୟ କୌଣସି ନାଗରିକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇ ନଥିବା ଜଣା ପଡ଼ିଛି । ସେହିପରି ଗାଡ଼ି ଶେଷ ଖାଲ ପଂଚାୟତର ମାଉଲି ଗୁଡା ଗ୍ରାମର ଲୋକେ ପାନୀୟ ଜଳ,ରାସ୍ତା,ଓ ବୁଢ଼ା ବୁଢ଼ିଙ୍କୁ ଭତ୍ତା ପାଇବାରୁ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *