୯୭ଓ ୯୮ ନମ୍ବର ବୁଥୁରେ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଭୋଟ ଗ୍ରହଣ

୯୭ଓ ୯୮ ନମ୍ବର ବୁଥୁରେ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଭୋଟ ଗ୍ରହଣ ରାୟଗଡ଼ା ତା ୧୩-୦୫-୨୪ ରାୟଗଡା ବ୍ଳକ ଅନ୍ତର୍ଗତ ଜେକେପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ମତଦାନକେନ୍ଦ୍ର ନମ୍ବର ୯୭ ଓ ୯୮ରେ ଠିକ୍ ସମୟରେ ଭୋଟ ଗ୍ରହଣ ଆରମ୍ଭ ହୋଇ ପାରିଲା ନାହିଁ ।ଲୋକେ ଓ ବିଭିନ୍ନ ଦଳର ଏଜେଣ୍ଟମାନେ ପହଞ୍ଚି ଥିଲେ ମଧ୍ୟ ଇ ଭି ଏମ କିପରି ସିଲ୍ କରାଯିବ ତାହା ଭୋଟ ଗ୍ରହଣ କେନ୍ଦ୍ରରେ ନିୟୋଜିତ କର୍ମଚାରୀ ମାନଙ୍କୁ ଜଣା ନଥିବାରୁ ସମସ୍ୟା ଉପୁଜିଥିଲା । ଘଣ୍ଟାଏ ପର୍ଯ୍ୟନ୍ତ ମହିଳା ଓ ପୁରୁଷ ମାନେ ଲମ୍ବା ଲାଇନରେ ଠିଆ ହୋଇ ଥିବାର ଦେଖା ଯାଇ ଥିଲା । ସକାଳ ୭ଟା ପରିବର୍ତ୍ତେ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥଲା । ।

Leave a Reply

Your email address will not be published. Required fields are marked *