ଶେଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର
-ଶେଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ର ସପ୍ତମ ଦିନରେ ଆଜି ଜଗତସିଂହପୁର ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ଦଳ ତଥା ସ୍ୱାଧୀନ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବିଶେଷ କରି ଅଧିକ ସ୍ୱାଧୀନ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବାର ଦେଖା ଯାଇଛି । ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ବାଲିକୁଦା-ଏରସମା ବିଧାନସଭା କ୍ଷେତ୍ର ରୁ ବିଧାୟକ ପ୍ରାର୍ଥୀ ସଂଜୀବ ବିଶ୍ୱାଳ ତାଙ୍କର ସମର୍ଥକ ମାନଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଶଙ୍କର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସିପିଆଇ, ଏସୟୁସିଆଇ ଆଦି ଦଳ ରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତିବାଇଟ-୧-ଶଙ୍କର ଦାସ,ସ୍ୱାଧୀନ ସାଂସଦ ପ୍ରାର୍ଥୀ,ଜଗତସିଂହପୁର । ବାଇଟ-୨-ସଂଜୀବ ବିଶ୍ୱାଳ,ସ୍ୱାଧୀନ ବିଧାୟକ ପ୍ରାର୍ଥୀ,ବାଲିକୁଦା-ଏରସମାଜଗତସିଂହପୁର ରୁ ରୀତା ସାହୁ
