ଶହ ଶହ ସମର୍ଥକ ମଧ୍ୟରେ ବିଶାଳ ରାଲି କରି ଶକ୍ତି ପଦର୍ଶନ କଲେ ଆମ ଅଦମୀ ପାର୍ଟି ବିଧାୟକ ପ୍ରାର୍ଥୀ
ଶହ ଶହ ସମର୍ଥକ ମଧ୍ୟରେ ବିଶାଳ ରାଲି କରି ଶକ୍ତି ପଦର୍ଶନ କଲେ ଆମ ଅଦମୀ ପାର୍ଟି ବିଧାୟକ ପ୍ରାର୍ଥୀ।କନ୍ଧମାଳ ଜିଲ୍ଲା ଘୁ, ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ଏକ ବିଶାଳ ରାଲି କରି ଶକ୍ତି ଦେଖାଇଛି ଆମ ଆଦମୀ ପାର୍ଟି। ସମସ୍ତ ଦଳ କୁ ପଛରେ ପକାଇ ଆମଆଦମୀ ପାର୍ଟି ର ବିଧାୟକ ପାର୍ଥି ଯୌବନ ମଲ୍ଲିକ ଯେ କି ଜଣେ ଉଚ ଶିକ୍ଷିତ, ମେଳାପି, ଚାଷୀ, ମୁଲିଆ, ଗରିବ ଙ୍କ ପ୍ରକୃତ ବନ୍ଧୁ ଆଜି ନିଜ ସମର୍ଥକ ଙ୍କ ସହିତ ରାଇକିଆ ଚୂନପଲି ଛକ ଠାରୁ ବେରେଡାକିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜନସାଧାରଣ ଙ୍କୁ ଆପ ଦଳ ଓ ଆପ ର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଙ୍କ ଦିଲ୍ଲୀ ବାସି ଙ୍କ ପାଇଁ କିଭଳି ସବୁ ସୁବିଧା ସୁଯୋଗ କରି ପାରିଛନ୍ତି ସେହି ବିଷୟରେ ଅବଗତ କରିବା ସହିତ ଓଡିଶା ରେ ଆପ ଦଳ ଆସିଲେ କେଉଁ କେଉଁ ସୁବିଧା ମିଳିପାରିବ କିଭଳି ଜନସାଧାରଣ ଉପକୃତ ହୋଇ ପାରିବେ କହିବା ସହିତ ଝାଡୁ ଚି଼ହ୍ନ ରେ ଅଧିକ ରୁ ଅଧିକ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ବଳରାମ ଦିଗାଲ,ରାଇକିଆ ବ୍ଲକ ସଭାପତି, ଅଗସ୍ତିନ ଦିଗାଲ ଙ୍କ ସହିତ ଶହ ଶହ କର୍ମୀ ଉପସ୍ଥିତ ରହିଥିଲେ।
