ଆଜିକାଲି ଯୁଗରେ ମୋବାଇଲ ଏକ ଅତ୍ୟାବଶ୍ୟକ ବସ୍ତୁ
ଆଜିକାଲି ଯୁଗରେ ମୋବାଇଲ ଏକ ଅତ୍ୟାବଶ୍ୟକ ବସ୍ତୁ ହୋଇଗଲାଣି | ଜୀବନରେ ସବୁ କୁ ଛାଡି ରହିବା ସମ୍ଭବ କିନ୍ତୁ ମୋବାଇଲ ନୁହେଁ | ମୋବାଇଲ ରେ ଅନେକ ଗୁରୁତ୍ୱପୂର୍ଣ ସୂଚନା ମିଳିଥାଏ | ଏହା ଏକ ବ୍ୟବହାରକାରୀ କିନ୍ତୁ ଏହାକୁ ମୌଳିକ ବସ୍ତୁ ଭାବରେ ଲୋକେ ନିଜ ଜୀବନରେ ବ୍ୟବହାର କରୁଛନ୍ତି | ମୋବାଇଲ ର ବ୍ୟବହାର ଏବେ ଛୋଟ ଛୁଆ ଙ୍କ ଉପରେ ବେଶୀ ପ୍ରଭାବ ପକାଇଲାଣି | କାମ ବେସ୍ତ ରେ ରହି ପରିବାର ଲୋକମାନେ ଛୁଆ ମାନଙ୍କୁ ମୋବାଇଲ ଧରେଇଦେଉଛନ୍ତି ସେମାନଙ୍କ ମନରଞ୍ଜନ ବି ହେଇଯିବ ଏବଂ ସେମାନେ ହଇରାଣ ହରକତ ନକରି ଚୁପ ହେଇଯିବେ |ପରନ୍ତୁ ଏହାର କୁ ପ୍ରଭାବ ଏତେ ଯେ ପିଲାମାନେ ଜିଦଖୋର ହୋଇଗଲେଣି ଏବଂ ମସ୍ତିଷ୍କ ଏଭଳି ବିକୃତ ହେଉଛି ଯେ ଶୋଇବା ଖାଇବା ପ୍ରତ୍ୟକ ସମୟରେ ମଧ୍ୟ ମୋବାଇଲ ଖୋଜୁଛନ୍ତି | ଏପରି ହେବା ଦ୍ୱାରା ସେମାନଙ୍କ ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ହେବାର ସମ୍ଭାବନା ରହିଛି | ଅନେକ ପିଲା ଶୋଇବା ସମୟରେ ମଧ୍ୟ ନିଜର ହାତ କୁ ଏପରି କରନ୍ତି ଯେପରି ସେମାନେ ମୋବାଇଲ ଚଳାଉଛନ୍ତି ଅର୍ଥାତ ନିଦରେ ବି ସେମାନେ ପାଗଳ ପରୀ ମୋବାଇଲ ର ପ୍ରଭାବ କୁ ଅନୁଭବ କରୁଛନ୍ତି |
