ପ୍ରତିଶୃତିର ରାଜନୀତି, କେତେ ଉନ୍ନତି କେତେ ଦୁର୍ଗତି

:ପ୍ରତିଶୃତି ନା ପ୍ରତାରଣା, ନିରୀହଙ୍କ ଲାଗି ନେତାଙ୍କ ପ୍ରତିଶୃତି ପାଲଟିଛି ପାଣିର ଗାର!ସବୁ ପ୍ରତିଶୃତି ହେଲା ପାଣିରଗାର,ନା ହେଲା ରାସ୍ତା ନା ମିଳିଲା ପାଣି ନା ଆସିଲା କରେଣ୍ଟ, କିନ୍ତୁ ନିର୍ବାଚନ ହେଲେ ଆସନ୍ତି ନେତା କେବଳ ପ୍ରତିଶୃତି ଦେଇ ଭୋଟ ମାଗିବାକୁ | ହେଲେ ଏଥର ଆସ ଆଉ ଆମକୁ କାମ ଦେଖାଅ ତମେ କଣ କହିକି ଯାଇଥିଲ ଆଉ କଣ କରିଛ, ଏ ପ୍ରଶ୍ନ ହେଉଛି ସେଇ ସାଧାରଣ ଜନତାଙ୍କର, ବିକାଶ ର କଥା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ନେତାଙ୍କୁ ଆଜି ଜବାବ ମାଗୁଛନ୍ତି। ଏ ହେଉଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ କଟଣାପାଣି ଗାଁର!ଯେଉଁଗାଁ କି ମୁଖ୍ୟସଡ଼କ ଠାରୁ ପାଖାପାଖି ଚାରି କିଲୋମିଟର ଦୂର ହେବ। ଖାଲଖମା ଭରା ମାଟି ରାସ୍ତା ଯାହାକି ସ୍ୱଳ୍ପ ବର୍ଷା ହେଲେ ଗ୍ରାମବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ,ଗ୍ରାମବାସୀ ଯାହା କୁହନ୍ତି ଏ ଗାଁ କୁ ଆମ୍ବୁଲାନ୍ସ ବି ପହଂଚି ନାହିଁ ଯଦି କେହି ଅସୁସ୍ଥ ହେଲେ କିମ୍ବା ପ୍ରସବ କାଳୀନ ସମୟ ହେଲେ ତାକୁ ଦୀର୍ଘ ଚାରି କିଲୋମିଟର ଖଟିଆ ଭାର କରି ମୁଖ୍ୟ ସଡ଼କ କୁ ଆଣିଲେ ଆମ୍ବୁଲାନ୍ସ ଯୋଗେ ଝରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥାଏ। ପାହାଡ଼ ଜଙ୍ଗଲ ଘେରା ଏଇ କଟଣାପାଣି ଗାଁ ରେ ପାଖାପାଖି ଚାଳିଶି ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଏମାନଙ୍କ ଦୁଃଖ ଦୁର୍ଦ୍ଧସା କହିଲେ ନ ସରେ, ଏଇ ଗାଁ ଅତିପୂରୁଣା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ କୁ କରେଣ୍ଟ ବି ଟିକିଏ ଯୋଗେଇଦେଲେ ନାହିଁ, ଘଞ୍ଚ ଜଙ୍ଗଲ ଘେରା ଏଇ ଗାଁ ଟି ସୂର୍ଯ୍ୟ ଅସ୍ତ ହେବା ସହିତ ଘନ ଅନ୍ଧାରରେ ବୁଡ଼ିଯାଇଥାଏ, ଯେଉଁଥି ପାଇଁ ସନ୍ଧ୍ୟା ନଇଁବା ଆଗରୁ ଶିଶୁ ଠାରୁ ବୃଦ୍ଧ ରାତ୍ର ଭୋଜନ ସାରିଦେଇ ତାଟି କବାଟ ଦେଇ ଘରେ ଅନ୍ଧାରରେ ରାତି ବିତେଇଥାନ୍ତି ଆଉ ସୂର୍ଯ୍ୟ ଉଇଁଲେ ହିଁ ତାଙ୍କର ଆଖି ପୁଣି ଆଲୁଅ ଦେଖନ୍ତି! ଭଲ ରାସ୍ତା ତ ନାହିଁ, କରେଣ୍ଟ ବି ନାହିଁ ଏସବୁ ସମସ୍ୟା ତ ସହିହୋଇଯାଉଛି ହେଲେ ଗାଁ ର ଜଳକଷ୍ଟ କିନ୍ତୁ ଅସହ୍ୟ,ଏମାନଙ୍କଲାଗି ରହିଛି ଗୋଟିଏ ନଳକୂପ, ଏହି ନଳକୂପ କୁ ଭରସା କରି ଶୋଷ ମେଣ୍ଟାଉଥିବା ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଏଭଳି ଏ ଗାଁ ପ୍ରତି ନିଷ୍ଠୁରତା କୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆଉ ନିନ୍ଦା ବି କରିଛନ୍ତି। ଗାଁ ଆରମ୍ଭରୁ ଗ୍ରାମବାସୀ ଯେଉଁ ଚୁଆଁ ଟିଏ ଖୋଳି ତା ଉପରେ ନିର୍ଭର କରି ଆସୁଥିଲେ ଆଜିବି ସ୍ଥିତି ସେମିତି ରହିଛି, ନଳକୂପ ଯଦି ଖରାପ ହୋଇଯାଏ ସେଇ ଚୁଆଁ ଟା ଗାଁ ଲୋକଙ୍କ ପୁରୁଣା ସାଥି ହୋଇ ପାଣି ଯୋଗେଇ ଆସିଛି। ଗାଁ ରେ ପୋଖରୀ ଟିଏ ନଥିବାରୁ ଗୃହପାଳିତ ପଶୁ ପକ୍ଷୀ ଙ୍କୁ ବାଲଟି ରେ ପାଣି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି! ଏଭଳି ତମାମ ସମସ୍ୟା ଏ ଗାଁ ର ନିରୀହ ଶିଶୁ ଙ୍କୁ ସହରୀ ଚାଲିଚଳନ ଠାରୁ ଦୁରେଇ ରଖିଛି। ଶିକ୍ଷା ସ୍ୱାସ୍ଥ୍ୟ ଭଳି ଜରୁରୀ ଆବଶ୍ୟକତା ଠାରୁ ଏମାନଙ୍କୁ କହିବାକୁ ଗଲେ ଦୁରେଇ ଦେଇଛି ସରକାର। ଏକ ନମ୍ବର ସରକାର ର ରାଜୁତି କାଳରେ ଯଦି ଲୋକେ ଏଭଳି ସାଧାରଣ ମୌଳିକ ସମସ୍ୟା କୁ ନେଇ ସଂଗ୍ରାମ କରିଆସୁଥିବେ ଆଉ ସେମାନଙ୍କ ସମସ୍ୟାକୁ ନେଇ ନେତା ରାଜନୀତି କରୁଥିବେ ତେବେ ସେଭଳି ଗାଁ ହେଉ କି ସେମାନଙ୍କ ଆଗାମୀ ପିଢ଼ି ର ଭବିଷ୍ୟତ କେତେ ଉନ୍ନତ ଆଉ ଉଜ୍ଜଳ ତାହା ଚିନ୍ତାଜନକ |

Leave a Reply

Your email address will not be published. Required fields are marked *