କାକଟପୁରରେ ଭୋଟରଙ୍କୁ ଭୋଟ ମାଗିଲେ ପାଣ୍ଡିଆନ

କାକଟପୁରରେ ଭୋଟରଙ୍କୁ ଭୋଟ ମାଗିଲେ ପାଣ୍ଡିଆନ। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ନିବେଦନ।-ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବ୍ଳକ୍ ପଡିଆ ଠାରେ ବିଶାଳ ଜନ ସମାବେଶରେ ଭୋଟରଙ୍କୁ ଭୋଟ ମାଗିଛନ୍ତି 5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗୁରୁବାର ମଧ୍ୟାହ୍ନରେ ହେଲିକପ୍ଟର ଜରିଆରେ ଆସି ପହଞ୍ଚି ପ୍ରଥମେ ଉପସ୍ଥିତ ୫ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣଙ୍କୁ ଅଭିବାଦନ ଗ୍ରହଣ କରିବା ସହ ସେଲଫି ଉଠାଇଥିଲେ। ପରେ ପରେ ଜନ ସାଧାରଣଙ୍କୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ କାକଟପୁର ଅଂଚଳରେ ବିକାଶ ଓ ଉନ୍ନୟନ କାର୍ଯ୍ୟ ଉପରେ ଅବଗତ କରାଇ ବୁଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ। ବିଧାୟକ ପାଇଁ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *