ବିଲରେ ଯୁବକ ଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ

ସୋର ୦୬/୦୭ ବିଲରେ ଜଣେ ଯୁବକଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ସୁଚନା ଅନୁସାରେ ବାଲେଶ୍ଵର ଅଞ୍ଚଳର ମୁନା ସିଂ(୩୨) ସୋର ସିରାପୁର ଅଞ୍ଚଳରେ ଶ୍ରମିକ ଭାବେ ବିଭିନ୍ନ କାମ କରି ଚଳୁଥିଲେ କିନ୍ତୁ ଆଜି ଅପରାହ୍ନ ୩ଟା ସମୟ ରେ ଶିରାପୁର ଚଡ଼କମରା ପାଖାପାଖି ବିଲ ମଝିରେ ଅସ୍ବାଭାବିକ ଭାବେ ମୁନା ସିଂ ଙ୍କ ମୃତ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାରୁ ଆମ୍ବୁଲାନ୍ସ ସୋର ଡାକ୍ତରଖାନା କୁ ଆଣିଥିବା ବେଳେ ଡ଼ାକ୍ତର ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ତାଙ୍କର ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। ପରେ ସୋର ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁଠି ପାଇଁ ମୃତ୍ୟୁ ଘଟିଛି ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ଜଣାପଡ଼ିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *