ଭିଜେ ଇନ୍ ର ୨୬ ତମ ବାର୍ଷିକ ଉତ୍ସବ ଗାୟତ୍ରୀ କନଭେନସନ ମହଲ (ଗେଷ୍ଟ ହାଉସ)ରେ ଅନୁଷ୍ଠିତ
ବ୍ରହ୍ମପୁର ; ଭିଜେ ଇନ୍ ର ୨୬ ତମ ବାର୍ଷିକ ଉତ୍ସବ ଗାୟତ୍ରୀ କନଭେନସନ ମହଲ (ଗେଷ୍ଟ ହାଉସ)ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ନାରାୟଣ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥ୍ୟ ଭାବେ ଏମକେସିଜି ର ଅଧ୍ୟକ୍ଷକା ଡ. ସୁଚିତ୍ରା ଦାସ ମସନ ଥିଲେ ।ଅନୁଷ୍ଠାନ ର ଅଧ୍ୟକ୍ଷ ସୂର୍ଯ୍ୟନାରୟଣ ସାହୁ ଅତିଥ୍ ଙ୍କୁ ସ୍ଵାଗତ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ ।ଶ୍ରୀ ଆତ୍ମାରାମ ସାହୁ, ଇଂ ଅମର ପ୍ରସାଦ ସାହୁ, ଗଣେଶ ବେହେରା, ଗଜେନ୍ଦ୍ର ସାହୁ, ସନ୍ତୋସ କୁମାର ସାବତ ମହୋଦୟଙ୍କୁ ଉପଢକନ ଓ ମାନପତ୍ର ଦ୍ବାରା ସମ୍ବଦ୍ଧିତ କରାଯାଇଥିଲା । ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ସୂର୍ଯ୍ୟକାନ୍ତ ମହାରଣା ଶ୍ରେଷ୍ଠ ସହଯୋଗୀ ଛାତ୍ର ଛାତ୍ରୀ ଭାବେ ମନୋଜ ସେଠୀ ଓ ଶତପ୍ରତିଶତ ଉପସ୍ଥାପନରେ ଅରବିନ୍ଦ ପାଣିଗ୍ରାହୀ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଅନୁଷ୍ଠାନର ନିର୍ଦ୍ଦେଶିକା ସରିତା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନୁଷ୍ଠାନର ସହ ନିର୍ଦ୍ଦେଶିକା ଡ. ଶୋଭନା ସାହୁ ଓ ସଚିତା ସାହୁ ମନଂ ସଚଂଳନ କରିଥିଲେ । ଅନୁଷ୍ଠାନ ର କାଯ୍ୟକର୍ତା ଦିବ୍ୟଶ ସାହୁ, ଶ୍ରୀବାନି ମହାଙ୍କୁଡ, ସନ୍ତୋଷୀ ସାହୁ, ଦୀପିକା ବେହେରା, ସିଏଚ.ଶ୍ରୀ ଳଲିତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଛାତ୍ରଛାତ୍ରୀ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା ।
