ଅମିତ ଶାହାଙ୍କ ନିମାପଡା ଗ୍ରସ୍ତ

ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ନିମାପଡା ଇଣ୍ଡୋର ଷ୍ଟାଡିୟମ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟୀ କରିବାପାଇଁ ପ୍କର୍ମକର୍ତ୍ତାଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି ଶାହ। ଏହି ନିର୍ବାଚନ ଆମ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହା ମୋର ଶେଷ ନିର୍ବାଚନ।

ମୁଁ ଏହି ଗାଁର ଝିଅ, ଏହି ଗାଁର ବୋହୁ। ଆପଣ ମାନଙ୍କ ସହ ସବୁବେଳେ ରହିଛି, ରହିଥିବି। ମୋର ଶେଷ ନିଶ୍ୱାସ ଥିବାଯାଏ ମୁଁ ଆପଣ ମାନଙ୍କ ସେବା କରୁଥିବି। ମତେ ଗୋଟେ ଥର ସେବା କରିବାର ସୁଯୋଗ ଦିଅନ୍ତୁ, ପଦ୍ମ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନିବେଦନ କରିଥିଲେ ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା। ନିମାପଡ଼ାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବିଜୟ ସୁନିଶ୍ଚିତ ହେବ, କେନ୍ଦ୍ରରେ ରାଜ୍ୟରେ ଗୋଟିଏ ସରକାର ହେବ ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ହେବ। ଅମିତ ଶାହା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଇସ ବାର ୪୦୦ ପାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ଅମିତ ଶାହ। ଆଉ ଵାବୁଗିରୀ ଚଳିବ ନାହିଁ। ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ। ଚାଷୀଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ମିଳିବ। ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ହଜାର ଟଙ୍କାର କ୍ୟାସ ଭାଉଚର ଦିଆଯିବ. ଏହାଛଡ଼ା ରତ୍ନ ଭଣ୍ଡାର ଚାବି ଏବଂ ଚାରିଦ୍ୱାର ଖୋଲାଯିବ ବୋଲି ଅମିତ ଶାହା କହିଥିଲେ. ଶେଷରେ ବିଧାୟିକା ପ୍ରାର୍ଥୀନୀ ପ୍ରଭାତୀ ପରିଡା ଏବଂ ସାଂସଦ ପ୍ରାର୍ଥୀ ବିଭୁ ତରାଇଙ୍କୁ ନିର୍ବାଚନ ରେ ଜିତାଇବା ସହ ଓଡିଶାରେ ଡବଲ ଇଂଜିନର ସରକାର ଆଣିବା ପାଇଁ ବିଜୟ ସଂକଳ୍ପ ସମାବେଶରେ କହିଥିଲେ

Leave a Reply

Your email address will not be published. Required fields are marked *