ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେ ଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ ବୈଷ୍ଣବ। ମହାକବି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ବ୍ରହ୍ମଗିରି ବ୍ଲକ ଜନ୍ମମାଟି କପିଳେଶ୍ୱରପୁର ଗ୍ରାମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପହଞ୍ଚି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ କୈଳାସ ଚନ୍ଦ୍ର ଟିକାୟତରାୟ, ସୁର ପ୍ରସାଦ ମହାନ୍ତି, ବିଦ୍ୟାଧର ସ୍ଵାଇଁ, କୈଳାସ ଚନ୍ଦ୍ର ପରିଡା, ହରେକୃଷ୍ଣ ମଲ୍ଲିକ, ଲଲାଟେନ୍ଦୁ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବାବୁ ସ୍ଵାଇଁ ଉପସ୍ଥିତ ଥିଲେ।
