ମା ଟେଇଲର, ଝିଅ ବ୍ଲକ ଟପର
ସୁନାମ ଆଣିଲେ ସୁନଝିଅ। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ଥିବା ପିସିଏମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାମୁନି ଗୌଡ଼ ଯୁକ୍ତ ଦୁଇ କଳା ବିଭାଗରେ ମୋଟ 530 ମାର୍କ ଆଣି 88% ପ୍ରତିଶତ ରଖି ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ମାମୁନି ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ବାପା କେଉଁ ଆଡେ ପରିବାର ଛାଡି ଚାଲିଯାଇଥିଲେ ବର୍ତମାନ ସୁଦ୍ଧା ସେ ନିଖୋଜ ଅଛନ୍ତି।ମାମୁନି ନିଜ ଆଇ ଘର ବାଘଲିଙ୍ଗି ଗ୍ରାମରେ ନିଜ ମା ଙ୍କ ସହ ରହି ଆସୁଛନ୍ତି।

ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସତ୍ୱେ ଝିଅ ର ପାଠ ପଢା ପ୍ରତି ଆଗ୍ରହ ଥିବା ଦେଖି ମା ବିଷ୍ନୁପ୍ରିୟା ଗୌଡ଼ ଟେଇଲର କାମ କରି ଯାହା ରୋଜଗାର କରିଥାନ୍ତି ସେଥିରେ ପରିବାର ଚଳାଇବା ସହ ଝିଅ ର ପାଠ ପଢା ଖର୍ଚ୍ଚ ବହନ କରୁଛନ୍ତି।ମାମୁନି ଘରର ଆର୍ଥିକ ସ୍ଥିତି କୁ ମଜୁବୁତ କରିବା ପାଇଁ ପାଠପଢା କୁ ଅଧିକ ଗୁରୁତ୍ୱ ଦେଉଛନ୍ତି।ଯୁକ୍ତ ତିନି କଳା ବିଭାଗରେ ରାଜନୀତି ବିଜ୍ଞାନରେ ଅନର୍ଷ କରି ଆଗକୁ ପ୍ରଶାସନିକ ସେବା କ୍ଷେତ୍ରରେ କାମ କରିବାକୁ ଲକ୍ଷ ରଖିଛନ୍ତି। ସଫଳତାର ଶ୍ରେୟ ସବୁ ପରିବାର,ବନ୍ଧୁବର୍ଗ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଇଛନ୍ତି।ଘରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଆଗକୁ ଉଚ୍ଚତର ଶିକ୍ଷାଦାନ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି।l
