ଭୋଟ ଦେଉଛି ନିମାପଡା

ଭୋଟ ଦେଇଛି ନିମାପଡା .106 ନିମାପଡା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ .ସକାଳ ୭ ଘଟିକାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲିବ.ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ରେ ମତଦାନ କରୁଛନ୍ତି.ନିମାପଡା ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥ ରେ ମତଦାନ ଚାଲିଛ. ନିମାପଡା ରେ ୩୮ଟି ସଖି ବୁଥ, କରା ଯାଇଛି ଏହି ସବୁ ବୁଥରେ ମହିଳା ଅଧିକାରୀ ମାନେ ବୁଥ ଗୁଡିକୁ ପରିଚାଳନା କରୁଛନ୍ତି ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଛି ନିମାପଡା ନିର୍ବାଚନ ମଣ୍ଡଳୀର ସମୁଦାୟ ଦୁଇ ଲକ୍ଷ 47 ହଜାର 553 ଜଣ ଭୋଟର 13 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ. ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ଲକ୍ଷେ 26 ହଜାର 698 ହୋଇ ବେଳେ ମହିଳା ଭୋଟରଙ୍କ ସଂଖ୍ୟା ଲକ୍ଷେ 20 ହଜାର 847. ସମୁଦାୟ 280 ଟି ବୁଥ କରାଯାଇଥିବା ବେଳେ 38 ସଖି ବୁଥ ରହିଛି ଯେଉଁଥିରେ କି ସମସ୍ତ ମହିଳା ଅଧିକାରୀ ନିର୍ବାଚନ ପରିଚାଳନା କରିବେ. ସେହିପରି ନିମାପଡ଼ା ର ୨୮୦ଟି ବୁଥ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ଥିବା ବେଳେ ନିମାପଡ଼ା ନିର୍ବାଚନ ପରିଚାଳନା ପାଇଁ ଜଣେ ଅତିରିକ୍ତ ଏସ୍ପି, ୩ ଜଣ ଡିଏସପି ଙ୍କ ସମେତ ପୋଲିସ ଅଧିକାରୀ କନେଷ୍ଟବଳ ହୋମଗାର୍ଡ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ଅଛନ୍ତି. 130 ଟି ବୁଥରେ କ୍ୟାମେରା ଲଗା ଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖା ଯାଇଛି. ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

Leave a Reply

Your email address will not be published. Required fields are marked *