ପ୍ରକାଶ ପାଇଲା +୩ ପରୀକ୍ଷା ଫଳ

ନୟାଗଡ଼ ସଂୟ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୬୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦୨ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୯୬.୩୨ ପ୍ରତିଶତ ପାସହାର ରହିଥିବା ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ସୂତ୍ରରୁ ସୂଚନା ମିଳିଛି । ସେଥିମଧ୍ୟରୁ କଳାରେ ୯୮.୬ ପ୍ରତିଶତ ପାସ୍କାର ରହିଛି । କଳାରେ ୨୧୫
ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୨ ଜଣ ପାସ କରିଛନ୍ତି । ସେହିଭଳି ଭାବେ ବାଣିଜ୍ୟରେ ୯୨ ପ୍ରତିଶତ ପାସ୍ ହାର ରହିଛି । ୧୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୦ ଜଣ ପାସ କରିଛନ୍ତି । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ୯୬ ପ୍ରତିଶତ ପାସ୍ ହାର ରହିଛି । ୨୯୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮୦ ପାସ କରିଛନ୍ତି ।
ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନରେ ଇତିଶ୍ରୀ ବିଶ୍ବାଳ ପଦାର୍ଥ ବିଜ୍ଞାନ ସମ୍ମାନରେ ୨୦୧୯ ମାର୍କ ରଖୁ ବିଜ୍ଞାନ ଟପ୍ପର ହୋଇଛନ୍ତି । ଏଥିସହିତ ସେ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ସମ୍ମାନ ଲାଭ କରିଛନ୍ତି । ବାଣିଜ୍ୟରେ ଚିନ୍ମୟୀ ସ୍ବାଇଁ ୨୧୦୫ ମାର୍କ ରଖ୍ ଟପ୍ପର ହୋଇଛନ୍ତି । କଳାରେ ସଂସ୍କୃତ ସମ୍ମାନ ରଖ ଐଶୋର୍ଯ୍ୟ ମହାନ୍ତି ୨୨୦୨ ମାର୍କ ରଖୁ ଟପ୍ପର ହୋଇଛନ୍ତି ।ଏଥି ସହ ପ୍ରକାଶ ପାଇଥିବା ଏମ. ଏ ପରୀକ୍ଷାରେ ମଧ୍ୟ ଫଳା ଫଳ ୧୦୦% ହୋଇଥିବା ମହାବିଦ୍ୟାଳୟ ସୂତ୍ରରୁ ଜଣାପଡିଛି ।ଏହି ଫଳାଫଳ ପ୍ରକାଶନ ସମୟରେ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ଅଧ୍ୟାପକ ମହମଦ ଓମାର ମଲିକ, ଗଣେଶ ମିଶ୍ର, ଡ଼ ଲକ୍ଷ୍ମୀଧର ସାହୁଙ୍କ ସମେତ ପରୀକ୍ଷା କାର୍ଯ୍ୟକ୍ରମ ସହିତ ସଂଶ୍ଲିଷ୍ଟ ସମସ୍ତ ଅଧ୍ୟାପକ, କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”ନୟାଗଡ଼

Leave a Reply

Your email address will not be published. Required fields are marked *