ଜିତିବା ଖୁସିରେ ସହର ବାସୀଙ୍କୁ ଧନ୍ୟବାଦ ଜଣାଇଲେ ନୂତନ ବିଧାୟକ

।-କାମାକ୍ଷାନଗର ର ବିଧାୟକ ଭାବେ ନୂତନ ଭାବେ ନିର୍ବାଚିତ ପରେ କାମାକ୍ଷାନଗର ବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ବିଧାୟକ ଶତ୍ରୁଘ୍ନ ଜେନା। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଟି ବିଜେଡି ଦଳ ଗଠନ ଦିନଠାରୁ ବିଜେଡି ଦଖଲରେ ଥିଲା। ଗତକାଲି ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ସରିଯାଇଛି। ନୂତନ ଭାବେ ନିର୍ବାଚିତ ବିଜେପି ବିଧାୟକ ଶତ୍ରୁଘ୍ନ ଜେନା ବିଜେଡି ଗଡକୁ ଭାଙ୍ଗି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ପରେ ଆଜି ଅପରାହ୍ନରେ ସ୍ଥାନୀୟ ମୁଷାମଲିକ ପାର୍କ ଠ।ରୁ ଏକ ବିଶାଳ ରାଲିରେ ସହର ପରିକ୍ରମା କରିଥିଲେ।

ଏକ ଦୁର୍ନିତି ଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟାଇଛନ୍ତି ଜନସାଧାରଣ। ଅନେକ ଟଙ୍କା ବଳ ଓ ଶାସକ ଦଳର ଧମକ ଚମକ କୁ ଖାତିର ନକରି ମୋତେ ଭୋଟ ଦେଇ ବିଧାୟକ ଭାବେ ଜିତାଇଥିବାରୁ କାମାକ୍ଷାନଗର ବାସୀଙ୍କୁ ପ୍ରସଂସା କରିବା ସହ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *