ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଏ ସତିଶ ଲାଲ ସମ୍ମାନିତ

ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଏ ସତିଶ ଲାଲ ସମ୍ମାନିତ।ବ୍ରହ୍ମପୁର – ହାଇଦ୍ରାବାଦ ର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଏ ସତିଶ ଲାଲ ଶୁକ୍ରବାର ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାକୁ ପ୍ରତିବର୍ଷ ଗଣ ଅଣ୍ଡାଦାନ ପାଇଁ ଆସୁଥିବା ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଶ୍ରୀ ସତିଶ କାର୍ଯ୍ୟ କରୁଥିବାରୁ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି। ପ୍ରକୃତିର ସୁରକ୍ଷା ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟର ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତି ସବୁଜ ବାହିନୀ ସେମାନଙ୍କୁ ସବୁବେଳେ ଉତ୍ସାହିତ କରିବା ସହ ସହଯୋଗ କରିଥାଏ। ଏହି ଅବସରରେ ବିଗତ ୧୦ ବର୍ଷ ହେଲା ବିରଳ ଅଲିଭ ରିଡ଼ଲେ କଇଁଛ ଙ୍କ ଉପରେ କାର୍ଯ୍ୟ କରୁଥିବା ହାଇଦ୍ରାବାଦ ର ଏ ସତିଶ ଲାଲ ଙ୍କୁ ସମ୍ମାନିତ କରିଛନ୍ତି। ସତିଶ ୨୦୧୮ ରେ ବ୍ରହ୍ମପୁର ବନଖଣ୍ଡ ପରିସରରେ ପରିବେଶ ସୁରକ୍ଷାକୁ ନେଇ ହୋଇଥିବା ଫଟୋଚିତ୍ର ପ୍ରଦର୍ଶନ ରେ ସାମିଲ ହୋଇଥିଲେ। ସେହିପରି ପୁରୀ ଠାରେ ଅକ୍ଟୋବର ୨୦୨୩ ରେ ହୋଇଥିବା ଫଟୋଚିତ୍ର ପ୍ରଦର୍ଶନ ରେ ଅଂଶଗ୍ରହଣ କରିଥିଲେ। ସେହିପରି ୨୦୨୩ ମସିହା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭବନ ପରିସରରେ ଓଡ଼ିଶାର ଆଦିବାସୀ ଜନଜାତି ଙ୍କ ଉପରେ ଫଟୋଚିତ୍ର ପ୍ରଦର୍ଶନ କରି ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନିତ ହୋଇଥିଲେ। ସେହିପରି ୬୯ ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବେଷ୍ଟ ଫୋଟୋଗ୍ରାଫି ସମ୍ମାନ ସହ ପୁରସ୍କାର ରାଶି ମିଳିଥିଲା। ୨୦୧୪ ମସିହାରୁ ସେ ନିରନ୍ତର ଭାବେ ସେ ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ହେଉଥିବା ସମୂହ ଗଣ ମିଳନ, ଅଣ୍ଡାଦାନ ପ୍ରକ୍ରିୟା ରେ ସାମିଲ ହୋଇଛନ୍ତି। ଏହା ସହିତ ସେ ସେମାନଙ୍କ ଫଟୋ ଉଠାଉ ଥିଲେ। ଉକ୍ତ ଫଟୋ କୁ ନେଇ ସେ ରାଜ୍ୟ, ଦେଶ ଓ ବିଶ୍ଵ ସ୍ତରରେ ଉପସ୍ଥାପନ କରିବା ସହ ଲୋକଙ୍କୁ ସଚେତନତା କରୁଛନ୍ତି। ସେହିପରି ରୋୟାଲ୍ ଫଟୋଗ୍ରାଫିକ୍ ସୋସାଇଟି ଅଫ୍ ଗ୍ରେଟ୍ ବ୍ରିଟେନର ଯାହାର ୧୭୦ ବର୍ଷର ଇତିହାସ ରହିଛି ଏବଂ ଏହା କୁଇନ୍ ଭିକ୍ଟୋରିଆ ଏବଂ ରାଜକୁମାର ଆଲବର୍ଟ ମୋତେ ଆର୍ପିଏସ୍-ଆସୋସିଏଟ୍ ଅଫ୍ ରୋୟାଲ୍ ଫଟୋଗ୍ରାଫି ସୋସାଇଟିର ସମ୍ମାନ ପ୍ରଦାନ କରିଛି | ଏହି ସମ୍ମାନ ସେ ଚଳିତ ବର୍ଷ ବନ୍ୟଜନ୍ତୁ ଙ୍କ ଫଟୋ ଉଠାଇବା ଏବଂ ଲୋକଙ୍କୁ ସଚେତନତା କରିବା ନେଇ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ସତିଶ ଆଜି ବ୍ରହ୍ମପୁର ଗସ୍ତରେ ଆସିଥିବା ବେଳେ ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ଆନ୍ଧ୍ର ମହିଳା ସମାଜମ ହଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ପି ଵିନୋଦ, ସାଗର ପ୍ରସାଦ ପାତ୍ର, ପି ଅରବିନ୍ଦ, ମୁନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *