ସାବିତ୍ରୀ ଅମାବାସ୍ୟା ରେ ସ୍ତ୍ରୀ ସାଜିଲେ ଜମ
ସାବିତ୍ରୀ ଅମାବାସ୍ୟା ରେ ସ୍ତ୍ରୀ ସାଜିଲେ ଜମ ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ସ୍ତ୍ରୀ ନିଜ ସ୍ବାମୀଙ୍କ ଦୀର୍ଘ ଆୟୁଷ ଜିବନ କାମନା କରି ନିର୍ଜଳା ଉପବାସ ସହ ଯମ ଦେବଙ୍କ ପାଖରେ ପୂଜାର୍ଚ୍ଚନା କରିଥାଏ। ହେଲେ ଟିଟିଲାଗଡ଼ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା କ୍ରମେ ଆଜି ଜଣେ ସ୍ତ୍ରୀ ଜମ ସାଜି ନିଜ ସ୍ବାମୀଙ୍କୁ ହତ୍ୟା କରି ଜେଲ୍ ଜିବା ଚର୍ଚ୍ଚା ର ବିଷୟ ପାଲଟିଛି। ଏନେଇ ଟିଟିଲାଗଡ଼ ଥାନା ରେ SDPO ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ଥାନାଧିକାରୀ ଶ୍ରୀ ଅବନୀ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୁଚନା ମୁତାବକ ଟିଟିଲାଗଡ଼ ଥାନା ଅର୍ନ୍ତଗତ ବିଜେପୁର ଗ୍ରାମପଞ୍ଚାୟତ ଥୁବ୍ ଡିଙ୍ଗ୍ ଗ୍ରାମର ସୁର୍ଯ୍ୟ ମଣି ମାଝୀ ଙ୍କ ହତ୍ୟା ପଛରେ ତାଙ୍କ ସ୍ତ୍ରୀ ପ୍ରମୋଦିନି ମାଝୀ ଙ୍କ ହାତ ରହିଛି । ମୃତ ସୁର୍ଯ୍ୟ ବିଜେପୁର ପେକ୍ସ ରେ କାର୍ଯ୍ୟ କରୁଥିବାବେଳେ ଗତକାଲି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପାଇଁ ନିଜ ଗ୍ରାମକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇ ଥିଲା। ସେ ସେଠାରେ ଟଳି ପଡ଼ିଥିବା ବେଳେ ପରିବାର ଲୋକେ ପରେ ଖବର ପାଇ ଟିଟିଲାଗଡ଼ ସରକାରୀ ଡାକ୍ତରଖାନା କୁ ଆଣିଥିବା ବେଳେ କିଛି ସମୟ ଚିକିତ୍ସା ପରେ ତାଙ୍କ ଜୀବନ ଚାଲିଯାଇଥିଲା । ମୃତ୍ୟୁ ପୂର୍ବରୁ ସୁର୍ଯ୍ୟ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କାରି ଙ୍କ ନାମ କହିଥିବା ଜଣାପଡିଛି। ଏନେଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସୁର୍ଯ୍ୟ ଙ୍କ ପତ୍ନୀ ପ୍ରମୋଦିନି ଙ୍କ ତାଙ୍କ ବାପଘର ଦେଓଗାଁ ଥାନା ଅର୍ନ୍ତଗତ ଜଲିଆ ଗ୍ରାମର ଯୁଧିଷ୍ଠିର ଓରଫ୍ ସରତ ପଟେଲ ଙ୍କ ସହ ଦୀର୍ଘ ସମୟରୁ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ସୁର୍ଯ୍ୟ ଙ୍କୁ ରାସ୍ତାରୁ ହଟାଇବା ରେ ଜଲିଆ ଗ୍ରାମର ଅଶୋକ ହରପାଲ୍ ସାମିଲ୍ ହୋଇଥିଲେ ଗତକାଲି ରାସ୍ତା ରେ ସୁର୍ଯ୍ୟ ଙ୍କୁ ଏକୁଟିଆ ଦେଖି ଲୁହାଛଡ଼ ରେ ଆକ୍ରମଣ କରିଥିଲେ । ଆଜି ସୁର୍ଯ୍ୟ ଙ୍କ ପତ୍ନୀ ପ୍ରମୋଦିନି ଏବଂ ଦୁଇଜଣ ଅଭିଯୁକ୍ତ ଙ୍କୁ ଟିଟିଲାଗଡ଼ ପୋଲିସ୍ କୋର୍ଟ ଚାଲାଣ କରିଛି। ତଦନ୍ତ ରେ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ଙ୍କ ସହ ସନ୍ଧାନି କୁକୁର ସାମିଲ୍ ହୋଇଥିବା ବେଳେ ପୋଲିସ୍ ଅଭିଯୁକ୍ତ ଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରେୟିସନ୍ କରିଥିଲେ।
