ବାଣ ଦୁର୍ଘଟଣା ସମ୍ପର୍କରେ ଏସଆରସିଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ

ବାଣ ଦୁର୍ଘଟଣା ସମ୍ପର୍କରେ ଏସଆରସିଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ।ପୁରୀ ୭/୬ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୁଷ୍କରିଣୀ ରେ ହୋଇଥିବା ବାଣ ଦୁର୍ଘଟଣା ର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ ଆର ସି ସତ୍ୟବ୍ରତ ସାହୁ ଆଜି ଦିବା ୧୧.୩୦ ମିନିଟ ସମୟରେ ପୁରୀ ସର୍କିଟ ହାଉସ ଠାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।ସର୍କିଟ ହାଉସ ଠାରେ ଅନୁଷ୍ଠିତ ଶୁଣାଣି ରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ ଜଣ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଅପରାହ୍ନ ରେ ୩ ଜଣ ଏହି ଭଳି ମୋଟ ୩୩ ଜଣ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ, ପ୍ରତ୍ୟକ୍ଷଦର୍ଶୀ, ଉଦ୍ଧାରକାରୀ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି,ସ୍ୱଛାସେବୀ ଓ ସାଧାରଣ ଲୋକ ମାନ ଙ୍କ ଠାରୁ ଘଟଣା ସମ୍ପର୍କରେ ଏସ ଆର ସି ଜମାନବନ୍ଦୀ ନେଇଥିଲେ।

ଆଜି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଅଧିବେଶନରେ ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସେମାନଙ୍କ ଜମାନବନ୍ଦୀ ଦେଇଥିଲେ।ଶ୍ରୀ ସାହୁ ମଧ୍ୟ ଅଧିକାରୀ ମାନଙ୍କୁ ଘଟଣା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅପରପକ୍ଷରେ ଆହତ ମାନଙ୍କର ଉନ୍ନତ ଚିକିତ୍ସା ପାଇଁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ଆହତ ମାନଙ୍କ ଘରକୁ ଯାଇ ଚିକିତ୍ସାଧିନ ଙ୍କ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପରାମର୍ଶ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି।ଏହି ଶୁଣାଣି ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ ପି ପିନାକ ମିଶ୍ର, ଅତିରିକ୍ତ ଏସ ଆର ସି ପଦ୍ମନାଭ ବେହେରା,ଡେପୁଟି କଲେକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା ଓ ଏସ ଆର ସି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *