ପାର୍କିଂ ଫି ଆଦାୟ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

**ବ୍ରହ୍ମପୁର, ତା.୧୨.୬.୨୦୨୪ରିଖ ଏମକେସିଜି ମେଡିକାଲରେ ବର୍ଷାଧୀକାଳ ବେନିୟମ ଭାବେ ପାର୍କିଂ ଫି ଆଦାୟର ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବୀ କରିଛି l ସୂଚନାଯୋଗ୍ୟ ଯେ,ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବାପାଇଁ ପୂର୍ବ ରାଜ୍ୟ ସରକାର ନିରାମୟ, ନିଦାନ ଭଳି ଜନହିତକାରୀ ଯୋଜନା ଲାଗୁ କରିଥିଲେ ବି ଏମକେସିଜି ମେଡିକାଲରେ ବେନିୟମ ଭାବେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଠାରୁ ପାର୍କିଂ ଫି ନାଁ ରେ ମାସିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା l ମାନବ ଅଧିକାର ସୁରକ୍ଷା ମଞ୍ଚ ଏହି ବେନିୟମ ଆଦାୟକୁ ବନ୍ଦ କରିବାପାଇଁ ଦୀର୍ଘ ଦିନରୁ ଲଢେଇ କରି ଆସୁଥିଲା l ଆଜି ଠାରୁ ପାର୍କିଂ ଫି ଆଦାୟ ବନ୍ଦ ନେଇ ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି l ଟେଣ୍ଡର ନେଇଥିବା ସଂସ୍ଥା ନିଜ ଆଡୁ ଓହରି ଯାଇଥିବା ମଧ୍ୟ ଜଣାପଡିଛି, ହେଲେ ପୂର୍ବ ଶାସକ ଦଳ ନିଜ ଇଛା ମୁତାବକ କିପରି ନିୟମ ବହିର୍ଭୁତ ଭାବେ ଟେଣ୍ଡର କରି ରୋଗୀଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ତାହା ସନ୍ଦେହର ବଳୟରେ l କତୃପକ୍ଷଙ୍କ ଫି ଆଦାୟ ବନ୍ଦ ନିଷ୍ପତ୍ତିକୁ ମଞ୍ଚ ପକ୍ଷରୁ ସ୍ୱାଗତ ଜଣାଇବା ସହ ଗତ ଏକ ବର୍ଷ ଧରି ମେଡିକାଲ କତୃପକ୍ଷ ଓ ପୂର୍ବ ଶାସକ ଦଳର ନେତା ମାନେ ଯେଉଁ ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କ ଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଆଦାୟ କରିଛନ୍ତି, ତା’ର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବ ନିର୍ବାଚିତ ରାଜ୍ୟ ସରକାରଙ୍କୁ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ପ୍ରେସ ମାଧ୍ୟମରେ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *