ଆବାସ ଯୋଜନା ରୁ ବଂଚିତ ହୋଇ ଇଟା ଘରେ ରହୁଛନ୍ତି ଲୋକେ
ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଂଚାୟତ ର ନୂଆମୁଣ୍ଡିଆ ପଡା ରେ ଲୋକେ ଇଟା ଘର କରି ଉପରେ ଖପରା ପକାଇ ରହୁଥିଲେ | ବର୍ଷା ପବନରେ ଏକ ବିରାଟ ବୃକ୍ଷ ଘର ଉପରେ ପଡି ଘର ଭାଙ୍ଗିଯାଇଛି | ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ଘର ଉପରୁ ଗଛ କୁ ହଟାଯାଇ ନାହିଁ | ଘରେ ପରିବାର ଲୋକେ ରହିଥିବା ସମୟରେ ଏପରି ଘଟଣା ଘଟିଥିଲା ଫଳରେ ଜଣଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ବାଜିଛି |ସରକାରୀ ଆବାସ ଯୋଜନା ଥାଇ ମଧ୍ୟ ତଳିଆ ଅଂଚଳ ରେ କୌଣସି ଯୋଜନା ଫଳ ପ୍ରଦ ହେଉନାହିଁ | ଲୋକେ ଏପରି ଭୟଙ୍କର ଭାବରେ ଇଟା ଘରେ ଜୀବନ ଅତିବାହିତ କରୁଛନ୍ତି | ଏପଟେ ଘଟଣା ସ୍ଥାନ ରେ ଅଗ୍ନିଶମ ବାହିନୀ ଆସି ଗଛ କାଟିବା ରେ ଲାଗିଛି ପରନ୍ତୁ ଭଙ୍ଗା ଘର କୁ ପୁଣି ସଜାଡି ରହିବେ ନା ପ୍ରଶାସନ ର ନିଦ ଭାଙ୍ଗିବ ତାହା ଦେଖୁବାକୁ ବାକି ରହିଲା |
