ବୈତରଣୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ନିକଟ ବୈତରଣୀ ନଦୀରୁ ଆଜି ଜଣେ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର ହୋଇଛି । ଶବଟି ନଦୀ ଭିତରେ ଥିବା ଏକ ଗଛରେ ଲାଖି ରହିଥିଲା । ଆଜି ସ୍ଥାନୀୟ ଲୋକେ ଏହା ଦେଖି ପାଟଣା ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ନଦୀ ଭିତରୁ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଶବଟି ଚାରି ପାଞ୍ଚ ଦିନର ହୋଇଥି ବେଳେ ବନ୍ୟା ପାଣିରେ ଉପର ମୁଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଛି ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *