ସମୟ
ସମୟ କାହାକୁ ଅପେକ୍ଷା କରେନି
ସମୟ ସ୍ରୋତରେ ଚାଲେ
ମଣିଷ କାହାକୁ ଉପେକ୍ଷା କରେନି
କର୍ମ କରି ମାଡ଼ି ଚାଲେ।
ସମୟ କୁ ଯିଏ ସନମାନ ଦିଏ
ସେହି ସନମାନ ପାଏ
ସମୟ ଭିତରେ ନିଜ କର୍ମ କଲେ
ସୁଖ ଓ ସମୃଦ୍ଧି ପାଏ।
ଭାଇ ଓ ଭଉଣୀ କେତେବେଳେ ତୁମେ
ଅଳସୁଆ ହୁଅ ନାହି
ସମୟ ଭିତରେ ନିଜ କର୍ମ ସାରି ସମ୍ପଦ ପାଇବ ଯହିଁ।
ଗୋଟିଏ ସେକେଣ୍ଡେ ନଷ୍ଟ କଲେ ପରା
ଅନୁତାପ ଲଭିଥାଏ
ସେହି ସେକେଣ୍ଡ ଟି କେବେହେଲେ ପରା
ଆଉ ଫେରି ନଥାଏ।
ସମୟ ସ୍ରୋତରେ ସମୟ କୁ ଭାଇ
ସଦାବେଳେ ଯତ୍ନ ଦିଅ
ପୃଥିବୀ ପୃଷ୍ଠରେ ଭଲ ମଣିଷ ଟି
ଆପଣାର କରିଦିଅ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ।
