କ୍ରିଷ୍ଣା ଚାରିଟେଵଲ ଟ୍ରଷ୍ଟ ପକ୍ଷରୁ କ୍ରିଷ୍ଣା ଇଣ୍ଟରନେସନାଲ ସ୍କୁଲ ର ଶୁଭ ଉଦଘାଟନ
** ଯାଜପୁର ରୋଡ ବ୍ୟାସନଗର ଷ୍ଟାଡ଼ିଅମ ନିକଟରେ କ୍ରିଷ୍ଣା ଚାରିଟେଵଲ ଟ୍ରଷ୍ଟ ପକ୍ଷରୁ କ୍ରିଷ୍ଣା ଇଣ୍ଟରନେସନାଲ ସ୍କୁଲ ର ଶୁଭ ଉଦଘାଟନ କରାଯାଇଅଛି l ସ୍କୁଲର ଚେୟାରମ୍ୟାନ ପ୍ରଫେସର କୁଶ ଚନ୍ଦ୍ର ପ୍ରଧାନ ଏହି ସ୍କୁଲ କୁ ଅନୁଷ୍ଠାନିକ ଭାବେ ଅଭିଵାବକ ଓ ଛାତ୍ର ଛାତ୍ରୀ ଙ୍କ ଗହଣରେ ଉଦଘାଟନ କରିଥିଲେ l ଚାକିରୀ ରୁ ଅବସର ନେବା ପରେ ବିନା ପାରିଶ୍ରମିକ ରେ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କୁ ଗଢି ତୋଳିବା ର ଲକ୍ଷ୍ୟ ନେଇ ସେ ଏହି ଅନୁଷ୍ଠାନ କୁ ତିଆରି କରିଛନ୍ତି ବୋଲି କହିଥିଲେ l ବ୍ୟାସନଗର ଓ ଏହାର ଆଖ ପାଖ ଅଞ୍ଚଳରେ ଯଦି କୌଣସି ପିଲା ଙ୍କୁ ଅର୍ଥ ଅଭାଭରୁ ଅଭିଵାବକ ମାନେ ପାଠ ପଢ଼ାଇବାରୁ ବଞ୍ଚିତ ହେଉଛନ୍ତି ତେବେ ଏହି ସ୍କୁଲ ରେ ନାମ ଲେଖାଇବା ପାଇଁ ନିବେଦନ କରିଛନ୍ତି l ଆଖପାଖ ରୁ ପ୍ରାୟ ୫୦ରୁ ଉର୍ଦ୍ଧ ପିଲା ନାମ ଲେଖାଇଛନ୍ତି ବୋଲି ଚେୟାରମ୍ୟାନ କହିଛନ୍ତି l ଜୀବନ ର ଅବସର ସମୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ଏବଂ ଗରିବ ପିଲା ମାନଙ୍କ ସୁଖ ଦୁଃଖ ର ସାଥି ହୋଇଥିବାରୁ ସାଧାରଣ ରେ କୁଶ ସାର ପ୍ରଶଂସା ର ପାତ୍ର ହୋଇଛନ୍ତି l ଏହି ଉଦ୍ଘାଟନୀ ଉତ୍ସବ ରେ ଛାତ୍ର ଛାତ୍ରୀ, ଅଭିଵାବକ, ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ
