ଆମେ ସବୁ ଭାରତୀୟ
ଭାରତ ଦେଶରେ ଜନମ ଆମର ଆମେ ସବୁ ଭାରତୀୟ
ଜଳବାୟୁ ମାଟି ପାଣି ପବନ ଯେ ଆମପାଇଁ କର୍ମମୟ।
ଗଙ୍ଗା ନଦୀ ଯାର ବକ୍ଷ ଦେଶରେ
କୁଳୁକୁଳୁ ନାଦେ ବହି
ହିମାଳୟ ଦିଏ ଶୀତଳ ପବନ
ସୁଗନ୍ଧେ ଶୋଭିତ ମହୀ।
ହିନ୍ଦୀ ଯାହାର ରାଷ୍ଟ୍ରୀୟ ଭାଷା
ମନରେ ଦିଅଇ ଭାବ
ଆମେ ଭାରତ ମାତାର ସନ୍ତାନ ସବୁ
ପରସ୍ପର ନେଇ ଭାବ।
ତ୍ରିରଙ୍ଗା ପତାକା ଆମର ଅଟଇ
ଦେଶର ପବିତ୍ର ଝଣ୍ଡା
ଦେଶକୁ ଦିଅଇ ପବିତ୍ର ସଙ୍କେତ
ସମସ୍ତ ହୁଅନ୍ତି ଥଣ୍ଡା।
ଜଗନ୍ନାଥ ଆମ ଜାତିର ଠାକୁର
ଜଗତ ବାସୀ ଙ୍କ ପାଇଁ
ମଙ୍ଗଳ କରନ୍ତି ଶ୍ରୀମନ୍ଦିରେ ରହି
ଜାତି ଭେଦଭାବ ନାହିଁ।
ଭାରତୀୟ ହୋଇ କରୁଛୁ ପ୍ରଣାମ
ଘେନ ମୋର ନମସ୍କାର
ଭାରତବାସୀ ଙ୍କୁ ହୃଦୟରେ ଭିତରେ
ସ୍ଥାନ ଦିଏ ବାରଂବାର।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
