ପ୍ରଥମ ବସ୍ତା ବ୍ଲକ ଗସ୍ତ
: : ବସ୍ତା,୨୭।୬(ନିପ୍ର):ସାଧାରଣ ନିର୍ବାଚନ ରେ ରାଜ୍ୟ ରେ ବିଜୁଜନତା ଦଳ ସାମ୍ରାଜ୍ୟର ପତନ ଘଟିଥିବା ବେଳେ ବସ୍ତା ଆସନରୁ ବିଧାୟିକା ସୁବାସିନୀ ଜେନା ବିଜୁଜନତା ଦଳ ରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତେବେ ନିର୍ବାଚନ ରେ ବିଜୟୀ ହେବା ପରେ ପ୍ରଥମଥର ବସ୍ତା ବ୍ଲକ୍ ଗସ୍ତରେ ଆସି ବିଡ଼ିଓ ମୋହିନୀ ନାୟକ ଙ୍କ ସହ ସମସ୍ତ କର୍ମଚାରୀ ଙ୍କୁ ସାକ୍ଷାତ କରିଛନ୍ତି। ବିଡ଼ିଓଙ୍କୁ ସାକ୍ଷାତ କରି ପ୍ରଥମେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ମାନ ଦେବା, ଜନସାଧାରଣ ଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବା,ଦଳଗତ ନିର୍ବିଶେଷରେ ସମସ୍ତେ ମିଳିମିଶି କାମ କରିବା, ଅଞ୍ଚଳ ର ଉନ୍ନତି ପାଇଁ ସମସ୍ତେ ଏକ ଟିମ ହୋଇ କରିବାକୁ ନିବେଦନ କରିଥିଲେ। ତତସହିତ ସମସ୍ତ ବିଭାଗକୁ ନେଇ ଏକ ସମୀକ୍ଷା ବୈଠକ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବିଧାୟିକା। ତେବେ ବିଧାୟିକା ଙ୍କ ପ୍ରଥମ ଗସ୍ତକୁ ନେଇ ପଞ୍ଚାୟତ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଦେବା ପରେ ହଠାତ୍ ଚଳଚଞ୍ଚଳ ହୋଇ ଉଠିଥିଲା ବ୍ଲକ ପ୍ରଶାସନ। ବିଧାୟିକା ଙ୍କ ସହିତ ବ୍ଲକ ସଭାପତି ଅନିଲ କୁମାର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଅଧକ୍ଷ। ଅଞ୍ଜଳି ଦାସ, ମହିଳା ସଭାନେତ୍ରୀ ଲିପିକା ରାଉଳ, ମହାଦେବ ଦାସ, ଜିଲ୍ଲାପରିଷଦ ବିଷ୍ଣୁପ୍ରିୟା ବୁଗୁଡି,ଅଞ୍ଜନ ଦଣ୍ଡପାଟ ଙ୍କ ସହ ସମସ୍ତ ନିର୍ବାଚିତ ସରପଞ୍ଚ,ସମିତି ସଦସ୍ୟ, ବରିଷ୍ଠ ନେତୃତ୍ବ ମଣ୍ଡଳୀ ଉପସ୍ଥିତ ଥିଲେ।
