ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

।ପୁରୀ ୪/୭ ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଚଳିତ ରଥଯାତ୍ରାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜନ ଗହଳି ଆଶା କରାଯାଉଛି।ତେଣୁ ଆମକୁ ଯାତ୍ରୀ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟ କୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥା ର ଅନୁଧ୍ୟାନ ପାଇଁ ମକ ଡ୍ରିଲ ର ପରିକଳ୍ପନା।ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ବିଭାଗ ତାଙ୍କର ଦାୟିତ୍ୱ କୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟ ରେ ଏହି ମକ ଡ୍ରିଲ ବେଶ ସହାୟକ ହେବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ବୈଠକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଓ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର ,ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀମକଡ୍ରିଲ ସମ୍ପର୍କରେ ସୂଚନା ଓ ଆବଶ୍ୟକତା ତଥ୍ୟ ପ୍ରଦାନ କରି ଏହା ରଥଯାତ୍ରା ସମୟରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।ମୁଣ୍ଡୁଳୀ ଏନଡିଆରଏଫ ଥାର୍ଡ ବାଟାଲିୟନ ର କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ,ଓସଡାମା ପ୍ରତିନିଧି ବାଇଧର ପ୍ରଧାନ, ସରୋଜ ମହାନ୍ତି, ଅନନ୍ତ ମହାକୁଡ଼,ଜିଲ୍ଲା ଜରୁରୀ ବିଭାଗ ଡିପିସି ସୁକାନ୍ତ କୁମାର ଦାଶ ପ୍ରମୁଖ ମକ ଡ୍ରିଲ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ମକ ଡ୍ରିଲ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ, ସ୍ୱଛାସେବୀ ମାନେ ଏହି ମକଡ୍ରିଲ ରେ ଯୋଗ ଦେଇଥିଲେ। ପରେ ଏନ ଡି ଆର ଏଫ,ଓଡ୍ରାଫ, ଅଗ୍ନିଶମ,ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ,ପୂର୍ତ୍ତ ବିଭାଗ,ପୌର ପ୍ରଶାସନ, ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲ ର କାର୍ଯ୍ୟ କୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା।ରଥଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା।

Leave a Reply

Your email address will not be published. Required fields are marked *