ଟଙ୍କା ନେଲ , ପୁଣି ମାଆ କୁ ମାରିଲ । ଶବ ସହ ଧାରଣା ରେ ଶତାଧିକ ଗ୍ରାମବାସୀ

– ପ୍ରସୂତି ମହିଳା ଙ୍କ ମୃତ୍ୟୁ କୁ ନେଇ ମେଡିକାଲ ରେ ଭଙ୍ଗାରୁଜା | ସୂଚନା ଅନୁଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ବାଣୀତିଆ ଗ୍ରାମର ବୈରାଗୀ ଦାସ ଙ୍କ ସ୍ତ୍ରୀ ରଂଜିତା ଦାସ ପ୍ରସୂତି ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ମଙ୍ଗଳବାର ଦିନ ଭଦ୍ରକ ଆରଡ଼ି ଛକ ସ୍ଥିତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତି କରା ଯାଇଥିଲା | ମାତ୍ର ମହିଳା ଙ୍କ ଏକ ଶିଶୁକନ୍ୟା ଜନ୍ମ ହେବାର କିଛି ସମୟ ମଧ୍ୟରେ ମହିଳା ଙ୍କ ରକ୍ତସ୍ରାବ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା |ମାତ୍ର ସେଠାରେ ମହିଳା ଙ୍କ ମୃତ୍ୟୁ ଘଟିଥିଲା କିନ୍ତୁ ଆଜି ମୃତ ମହିଳା ଙ୍କ ପରିବାର ଓ ଗ୍ରାମବାସୀ ମାନେ ମୃତ ମହିଳା ଙ୍କ ମୃତଦେହ ମେଡିକାଲ ସାମ୍ନାରେ ରଖିବା ସହ ମେଡିକାଲ ଭିତରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଫଳରେ ମେଡିକାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲା. ଡାକ୍ତର ଙ୍କ ଅବହେଳା ଯୋଗୁ ମହିଳା ଙ୍କ ମୃତ୍ୟୁ ଘଟିଥିବା ଦାବୀ କରି ଏଭଳି କାଣ୍ଡ କରିଛନ୍ତି କହିଛନ୍ତି ଭଦ୍ରକ ରେ ହିଁ ଡାକ୍ତର ଙ୍କ ଅବହେଳା ଯୋଗୁଁ ପ୍ରସୂତି ଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ଡ୍ୟୁଟି ରେ ଥିବା ଡାକ୍ତର ଜାଣି ଶୁଣି କଟକ ରେଫର କରିଥିଲେ ଅଭିଯୋଗ କରିଛନ୍ତି ପରିବାର ଲୋକେ | ତେବେ ଘଟଣା ସ୍ଥଳରେ ତଥା ଭଦ୍ରକ ମୁଖ୍ୟଚିକିତ୍ସାଳୟ ରେ ଗ୍ରାମାଞ୍ଚଳ ପୋଲିସ, ଟାଉନ ପୋଲିସ,ସହକାରୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ୱାଇଁ,ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ପରେ ପରିସ୍ଥିତି କୁ ଆୟତ୍ତ କୁ ଆଣିବା ସହ ପରିବାର ଲୋକଙ୍କ ଅଭିଯୋଗ କୁ ନେଇ ଉଚିତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସରକାରୀ ସହାୟତା ଦିଆଯିବା ନେଇ ସହକାରୀ ଜିଲ୍ଲାପାଳ ପ୍ରତିକ୍ରିୟା ରଖିବା ପରେ ଧାରଣା ହଟିଥିଲା | ତେବେ ଘଟଣା ଦିନ ଦାୟିତ୍ୱ ରେ ଥିବା ଡାକ୍ତର ଓ ନର୍ସ ଙ୍କ ଖୋଜ ଖବର ମିଳିପାରିନାହିଁ ନାହିଁ

Leave a Reply

Your email address will not be published. Required fields are marked *