ଆହେ ଦୀନବାନ୍ଧବ
ଆହେ ଦୀନବାନ୍ଧବ
ଆହେ ଦୀନବାନ୍ଧବ ଭକତ ମାନଙ୍କ ବନ୍ଧୁ
ଭକତ ମାନଙ୍କ ବନ୍ଧୁ ହେବାରୁ
ନାମ ତମ ଦୀନବନ୍ଧୁ
ଆହେ ଦୀନବାନ୍ଧବ।
ଭକତ ଦୁଃଖ ରେ ଦୁଃଖୀ ହୁଅ ପ୍ରଭୁ ଭକତ ସୁଖରେ ସୁଖୀ
ଭକତ ଙ୍କ ପାଇଁ ତୁମେ ଦୀନବନ୍ଧୁ
ରହିଅଛି ତୁମେ ସାକ୍ଷୀ
ଆହେ ଦୀନବାନ୍ଧବ।
ତୁମେ ଲୀଳାମୟ ଲୀଳା ଯେ ଅନେକ
କେହି ନପାରନ୍ତି ଜାଣି
ଅନେକ ସମୟେ ତୁମ ଲୀଳା ମଧ୍ୟେ ଦେଖାଇ ତୁମର ଠାଣି।
କରୁଛି ମିନତି ହେ ଦୀନବାନ୍ଧବ ଦିଅ ଆଶିଷ ହେ ଟିକେ
ଆଶିଷ ପାଇଣ ଜୀବନ ବିତିବ
ତୁମ ହୃଦୟର ବୁକେ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
