ଓଡିଶା ଗୋପାଳ ଯାଦବ ମହାସଂଘ ସମ୍ମିଳନୀ।

ଓଡିଶା ଗୋପାଳ ଯାଦବ ମହାସଂଘ ସମ୍ମିଳନୀ। ଆଇନ ପରାମର୍ଶଦାତା ରୂପେ ସୁରେଶଙ୍କୁ ଦାୟିତ୍ୱ ପ୍ରଦାନ।ନିମାପଡା ()ଅଲ ଓଡିଶା ଗୋପାଳ ଯାଦବ ମହାସଂଘର ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି। ବର୍ତ୍ତମାନର ପରିସ୍ଥିତିରେ ଗୋସମ୍ପଦ ପ୍ରତି ବିପଦ ଦେଖା ଦେଇଛି। ବିଶେଷ କରି ଚୋରା ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଗୋ ମାଂସ ଚୋରା ଚାଲାଣ ଚାଲିଛି। ଏଥିପ୍ରତି ପୋଲିସ ପ୍ରଶାସନ ନୀରବଦ୍ରଷ୍ଠା ସାଜି ବସିଛି।ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ଭଳି ଗୋମାଂସ ଚୋରା ଚାଲାଣକାରୀଙ୍କୁ ବେଶ ସୁହାଇଛି। ଏଭଳି ପରିସ୍ଥିତିରେ ଅଲ ଓଡିଶା ଯାଦବ ମହାସଂଘ ଗୋ ସୁରକ୍ଷା ପାଇଁ ଆଗେଇ ଆସିଛି। ଏହି ଅଭିଯାନକୁ ଆଗେଇ ନେବା ପାଇଁ ଉଚ୍ଚ ନ୍ୟାୟଳୟର ବରିଷ୍ଟ ଆଇନଜୀବୀ ସୁରେଶ ପଣ୍ଡାଙ୍କୁ ଅଲ ଓଡିଶା ଗୋପାଳ ଯାଦବ ମହାସଂଘର ଆଇନ ପରାମର୍ଶ ଦାତା ରୂପେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଗୋ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଯୁବ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ରଙ୍କୁ ବିଶ୍ୱ ଗୋ ସୁରକ୍ଷା ବାହିନୀ ମିଡ଼ିଆ ସେଲର ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନ ପରାମର୍ଶଦାତା ଶ୍ରୀ ପଣ୍ଡା ଉକ୍ତ ଦାହିତ୍ବକୁ ସୁଚାରରୂପେ ପାଳନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି lଶ୍ରୀ ପଣ୍ଡା ଜଣେ ଦକ୍ଷ ଆଇନଜୀବି ସହିତ ବିଶ୍ଵ ଗୋ ସୁରକ୍ଷା ବାହିନୀର ରାଜ୍ୟ ସଭାପତି ଦାୟିତ୍ୱରେ କାଯ୍ୟ କରୁଛନ୍ତି l ଶ୍ରୀ ପଣ୍ଡା ଜଣେ ଆଇନଜୀବି ହୋଇ ଥିଲେ ମଧ୍ୟ୍ୟ ହିନ୍ଦୁ ରାଷ୍ଟ୍ର ଗଠନ, ଗୋମାତା ଙ୍କ ସୁରକ୍ଷା, ହିନ୍ଦୁ ମାନଙ୍କର ସୁରକ୍ଷା ଏବଂ ସାଧୁ ସନ୍ଥ ମଠ ମନ୍ଦିରର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି l ଖୁବ କମ ଦିନରେ ରାଜ୍ୟ ଓ ରାଜ୍ୟ ବାହାରେ ଶ୍ରୀ ପଣ୍ଡା ସୁନାମ ଅର୍ଜନ କରିଛନ୍ତି। ଗୋମାତାଙ୍କୁ କଂସେଇ ମୁହଁରୁ ଉଦ୍ଧାର କରିବା ଏବଂ ସାଧୁ ସନ୍ଥ ଓ ମଠ ମନ୍ଦିର ପାଇଁ ଅଣ୍ଟା ଭିଡି ଥିବାରୁ ଶ୍ରୀ ପଣ୍ଡା ରାଜ୍ୟ ବାସୀଙ୍କର ପ୍ରିୟର ପାତ୍ର ହୋଇଛନ୍ତି ତା ସହିତ ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଳବର ଜଣେ ସୁପରିଚିତ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର ବିଶ୍ୱ ଗୋ ସୁରକ୍ଷା ବାହିନୀରେ କାଯ୍ୟ କରୁଥିବା lଏବଂ ବିଶ୍ୱ ଗୋ ସୁରକ୍ଷା ବାହିନୀ ମିଡ଼ିଆ ସେଲ ଦାୟିତ୍ୱରେ ଥିବା ଗଣମାଧ୍ୟମରେ ଖବର ପ୍ରସାରଣ କରି ଗୋମାତାଙ୍କୁ ସୁରକ୍ଷା ଦେଇ ଥିବାରୁ ସ୍ଥାନୀୟ ଅଂଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଆଗାମୀ ଦିନରେ ଓଡିଶାର କୋଣ ଅନୁକୋଣରେ ଗୋ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଏହି ଗୋ ସୁରକ୍ଷା ଅଭିଯାନରେ ବିଶେଷ କରି ଯୁବ ଗୋଷ୍ଠୀ ସାମିଲ ହେବାକୁ ନିବେଦନ କରାଯାଇଛି।ମହାସଂଘର ସଭାପତି ନାରାୟଣ ବେହେରାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦୁଇ ଜଣଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି, ଅଲ ଓଡିଶା ଗୋପାଳ ଯାଦବ ମହାସଂଘ, ନାରାୟଣ ବେହେରା lରାଜ୍ୟ ସମ୍ପାଦିକା ସ୍ଵର୍ଣ ଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *