ଗୋଟିଏ ଦିନରେ ଦୁଇଟି ବାହାଘର ରଖି ଏନସି କଲ୍ୟାଣ ମଣ୍ଡପ ହଟ ହଟା।

ଗୋଟିଏ ଦିନରେ ଦୁଇଟି ବାହାଘର ରଖି ଏନସି କଲ୍ୟାଣ ମଣ୍ଡପ ହଟା ହଟା।ନିମାପଡା () ଗୋଟିଏ ଦିନରେ ଦୁଇଟା ବାହାଘର ରଖି ଏନସି କଲ୍ୟାଣ ମଣ୍ଡପ ହଟାହଟା। ନିମାପଡା ଏନସି ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିର୍ମିତ ହୋଇଛି। ଭୋକ ବିକଳରେ ତାଟିଆ କାମୁଡିବା ଭଳି ଏନସି ଗୋଟିଏ ଦିନରେ ଦୁଇଟା ବାହାଘର କଲ ରଖିବା ଦ୍ୱାରା ତୁମୁଳ କାଣ୍ଡ ଘଟିଛି। ସୂଚନା ମୁତାବକ ଗତ 12 ତାରିଖରେ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ମଣ୍ଡପ ବୁକିଂ କରିଥିଲେ। ତେବେ ଏନସି ପକ୍ଷରୁ କଲ୍ୟାଣ ମଣ୍ଡପ ବୁଝିଥିବା ଅଧିକାରୀ ଜଣକ ସେହି ସ୍ଥାନୀୟ ଅଂଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କ ପୁଅର ରିସେପ୍ସନ ପାଇଁ ସେହି ଦିନ ମଣ୍ଡପ ବୁକିଂ କରି ଦେଇଥିଲେ।ଏହି ଘଟଣା ଉଭୟ ପକ୍ଷ ଜାଣିବାରେ ଉଭୟଙ୍କ ମଧ୍ୟରେ ବଚଷା ଆରମ୍ଭ ହୋଇ ତୁମୁଳ କାଣ୍ଡ ଘଟିଥିଲା। ପରିସ୍ଥିତିକୁ ଶାନ୍ତ କରିବାକୁ ଯାଇ ଏନସି ଅଧିକାରୀ ପହଁଚି ବୁଝାସୁଝା କରିଥିଲେ। ତେବେ ସୂଚନା ମୁତାବକ ପୁଅଵାଲା ଘର ରିସେପ୍ସନକୁ ସ୍ଥାନୀୟ ଆଉ ଏକ କଲ୍ୟାଣ ମଣ୍ଡପରେ କରା ଯିବାର ବ୍ୟବସ୍ଥା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ତେବେ ଏଠି ପ୍ରଶ୍ନ ଉଠୁଛି ଗୋଟିଏ ମଣ୍ଡପରେ ଗୋଟିଏ ଦିନରେ ଦୁଇଟା ବାହାଘର କିପରି ହୋଇ ପାରିବ। ଏ ନେଇ କଲ୍ୟାଣ ମଣ୍ଡପ ଦାୟିତ୍ୱରେ ଥିବା ଅଧିକାରୀ ଅମିତ ପୁରୋହିତଙ୍କୁ ପଚାରି ବାରେ ସେ କହିଛନ୍ତି ଭୁଲ ବଶତ ଗୋଟିଏ ଦିନରେ ଦୁଇଟା ବାହାଘର ବୁକିଂ ହୋଇ ଯାଇଥିଲା। ତେବେ ଗୋଟିଏ ଦିନରେ ଦୁଇଟା ବାହାଘର ରଖି ଏନସି କଲ୍ୟାଣ ମଣ୍ଡପ ହଟହଟା ହେବାକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *