ପଲ୍ଲୀ ବିକାଶ ତରଫରୁ ବୃକ୍ଷରୋପଣ

ହିଞ୍ଜିଳିକାଟୁ ୧୬/୦୭ (ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଡଙ୍ଗି ଗ୍ରାମରେ ରିଖ ମଙ୍ଗଳବାର‌ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘“ପଲ୍ଲୀ ବିକାଶ” ଆନୁକୂଲ୍ୟରେ ‘‘ବୃକ୍ଷରୋପଣ’” କାର୍ଯ୍ୟକ୍ରମଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀବିକାଶ ଅନୁଷ୍ଠାନର କୋଷାଧ୍ୟକ୍ଷ ଆଲୋକ କୁମାର ନାୟକ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଚିନ୍ତାମଣୀ ବେହେରା ସଂଯୋଜନା କରିଥିଲେ । ବର୍ତମାନର ଭୟାବହ ପରିସ୍ଥିତିରେ ପରିବେଶର ସୁରକ୍ଷା ଓସନ୍ତୁଳନ ନିମିତ୍ତ ବୃକ୍ଷରୋପଣ ହିଁ ଏକମାତ୍ର ପନ୍ଥାକୁ ଅନୁସରଣ କରି ନିମ, ବର, ଅଶ୍ବତଥ୍, କରଞ୍ଜ, ଶାଗୁଆନ୍, କଦମ୍ବ, ବାଦାମ୍ ଭଳି ବହୁ ଔଷଧୀୟ ତଥାଉପାଦେୟ ବୃକ୍ଷ ଗ୍ରାମର ମୁଖ୍ୟ ରାସ୍ତା ଓ ନେଳିଆ ବନ୍ଧ ହିଡରେ ରୋପଣ କରାଯାଇଥିଲା ।ଅନ୍ତିମ ପର୍ଯ୍ୟାୟରେ ବୃକ୍ଷରୋପଣ ଓ ପରିବେଶ ସନ୍ତୁଳନ ସମ୍ବନ୍ଧୀୟ ଆଲୋଚନା ଚକ୍ରମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠାନର ସକ୍ରିୟ କାର୍ଯ୍ୟକର୍ଷା ସୀତାରାମ ପାଢୀ ପରିବେଶସୁରକ୍ଷା ଓ ସ୍ବଚ୍ଛତା ସମ୍ବନ୍ଧୀୟ ବାର୍ଷା ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଉପଦେଷ୍ଟା କିରଣ କୁମାର ପାଢୀ,କାହ୍ନୁଚରଣ ବେହେରା, ଜନାର୍ଦ୍ଦନ ପାଢୀ, ଚିନ୍ମୟ ଗୌଡ, ସିଦ୍ଧାର୍ଥ ଗୌଡ, ଦୀପକବେହେରା, ବିନୋଦ ଗୌଡ, ହରିବନ୍ଧୁ ନାୟକ, ପ୍ରମୋଦ ସେଠୀ, ବିମଳ ପ୍ରସାଦ ସାହୁ,କାହ୍ନା ବିଷୋୟୀ, ବିଚିତ୍ର ପଣ୍ଡା ମନୋରଞ୍ଜନ ପଣ୍ଡା, ରଞ୍ଜନ ପାଢୀ, ସନ୍ତୋଷ ଗୌଡ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *