ପବିତ୍ର ବାହୁଡା଼ ଉପଲକ୍ଷେ ଶ୍ରୀଗୁଣ୍ଡିଚା ଭଜନ ସନ୍ଧ୍ୟା

କବିସୂର୍ଯ୍ୟନଗର :-୧୬/୦୭ କବିସୂର୍ଯ୍ୟନଗର ଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀଗୁଣ୍ଡିଚା ଭଜନ ମଣ୍ଡଳୀର ପ୍ରତିଷ୍ଠାତା ତଥା ସଭାପତି ସାମ୍ବାଦିକ କୃପାସିନ୍ଧୁ ସ୍ବାଇଁଙ୍କ ସଂଯୋଜନା ଓ ପୌରାହିତ୍ୟ ରେ ଭଜନ ସନ୍ଧ୍ୟା ସୋମବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି l ଏହାକୁ ଉଦଘାଟନ କରିଥିଲେ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷl ଏସ. ଲଷ୍ମୀ ସେଠି, l ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ଏନଏସି ଉପାଦକ୍ଷବିକ୍ରାନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ନଗର ବିଜେଡି ସଭାନେତ୍ରୀ ଲଷ୍ମୀପ୍ରିୟା ସାହୁ, ସଂମାନିତ ଅତିଥି ଚି. ଚେନେୟା,ରାକେଶ ପ୍ରଧାନ,ମନମୋହନ ଜେନା, ବଖାରି ମହମ୍ମଦ, ବିଜୟ ମିଶ୍ର, ସୂର୍ଯ୍ୟନାରାୟଣ ନାୟକ, ମନମୋହନ ଜେନା, ଦିଲ୍ଲୀପ ସାହୁ ପ୍ରମୁଖ l କି ବୋର୍ଡରେ ମନୁଆ ରାଓ, ଢୋଲକି ରେ ଲଷ୍ମୀନାରାୟଣ ପାତ୍ର, ପେଡ ରେ ଜି. ଜଗା କୁମାର,ତବଲା ରେ ଦେବାନନ୍ଦ ଦାସ ଉଚ୍ଚକୋଟୀର ସବ୍ଦ, ସ୍ୱର ସଂଯୋଜନା କରିଥିଲେ l କଣ୍ଠଦାନ କରିଥିଲେ ବବ୍ରୁବାହାନ ଜେନା, ଶିଶୁଗୋପାଳ ସାହୁ, ଜିତେନ୍ଦ୍ର କୁମାର ସାହୁ, ସନାତନ ଗୌଡ଼,ଅଜୟ ଦାସ, ବିଚିତ୍ର ବିଷୋୟୀ,ଅମ୍ବିକା ପ୍ରଧାନ, ଲିପି ମହାନ୍ତି, ପ୍ରଭାସିନୀ ବାରିକ ପ୍ରମୁଖ l ବିଳମ୍ବିତ ରାତି ଯାଏ ଭକ୍ତ, ଶ୍ରଧ୍ୟାଳୁ ଭଜନର ତାଳେ ତାଳେ ବିମୋହିତ ହୋଇ ଭକ୍ତିରେ ମଜ୍ଜି ରହିଥିଲେ l ସମସ୍ତ ଅତିଥିଙ୍କୁ ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *