ଶିରିଡି ସାଇବାବାଙ୍କ ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
– ଜଗତସିଂହପୁର ଗୋପାଳସାଗର ସ୍ଥିତ ଶିରିଡି ସାଇ ମନ୍ଦିର ର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପାଞ୍ଚ ଦିନ ଧରି ପାଳନ ହେବାକୁ ଥିବା ଏହି ବାର୍ଷିକ ଉତ୍ସବର ପ୍ରଥମ ଦିନରେ 108 କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ଶ୍ରୀ ସାଇନାଥ ମହାରାଜ ଙ୍କ ମହାସ୍ନାନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ସୂର୍ଯ୍ୟ ପୂଜା, ବିଶ୍ୱଶାନ୍ତି ମହାଯଜ୍ଞ ରେ ଆହୁତି ପ୍ରଦାନ, ସାଇ ଗାୟତ୍ରୀ ନାମ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଇ କମିଟି ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ Rita ସାହୁ
