ରାଉରକେଲା ବନଖଣ୍ଡ ପକ୍ଷରୁ ବଡ ଧରପକଡ଼
ରାଉରକେଲା ବନଖଣ୍ଡ ପକ୍ଷରୁ ବଡ ଧରପକଡ଼, ୫ ଟି ବାଲି ବୋଝେଇ ଟ୍ରକ ଜବତ**ରାଉରକେଲା, ୨୫ ସେପ୍ଟେମ୍ବର :* ବେଆଇନ ବାଲି ଚାଲାଣ ଉପରେ ରାଉରକେଲା ବନ ବିଭାଗର ବଡ ଚଢାଉ। ଗତକାଲି ବିଳମ୍ବିତ ରାତିରେ ବନଖଣ୍ଡ ପକ୍ଷରୁ ୫ ଟି ବାଲି ବୋଝେଇ ଗାଡି ଜବତ କରାଯାଇଛି।ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନଦୀ ପଠାରୁ ବାଲି ଉତ୍ତୋଳନ ଉପରେ ସରକାରୀ କଟକଣା ରହିଛି। ଏହି ନିଷେଧାଜ୍ଞାକୁ ଖାତିର ନ କରି ବିଶ୍ରା ବ୍ଲକ ଅନ୍ତର୍ଗତ ତେତେରକେଲା ନଦୀ ପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି

ଟ୍ରକରେ ଲୋଡ଼ ହୋଇଥିଲା।ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ଡିଏଫଓ ରବି କାନ୍ତ ମୀନା ନିଜେ ଗତ ରାତିରେ ଅତର୍କିତ ଯାଞ୍ଚ କରି ଗାଡି ଗୁଡିକୁ ଜବତ କରିଥିଲେ।ଆଜି ଏହି ଘଟଣା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ରବି କାନ୍ତ ମୀନା ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଜବତ ଗାଡି ବିରୁଦ୍ଧରେ ବନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
