ମିଶ୍ରଣ ନେଇ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ

ବ୍ରହ୍ମପୁର –୧୯/୭/୨୦୨୪- ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ ବ୍ରହ୍ମପୁରର ନବ ନିର୍ବାଚିତ ସାଂସଦ ଡ ପ୍ରଦୀପ ପାଣିଗ୍ରାହୀଙ୍କୁ ସାକ୍ଷାତ କରି ବ୍ରହ୍ମପୁର ସହର ସନ୍ନିକଟ ଅଞ୍ଚଳ ଓ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବିଏମସିରେ ସାମିଲ ନେଇ ଆଲୋଚନା କରିଥିଲେ। କମିଟିର ସଦସ୍ୟମାନେ ସହର୍ ଟଳି ବାସିନ୍ଦା ଭୋଗୁଥିବା ଅକଥନୀୟ ଅସୁବିଧା ତଥା ସର୍ବନିମ୍ନ ସ୍ୱାଛନ୍ଦ୍ୟ ଜୀବନ ଯାପନ ନିମନ୍ତେ ଆବଶ୍ୟକ ମୌଳିକ ସୁବିଧା ପାଇବାର ଯେଉଁ ସାମ୍ବିଧାନିକ ଅଧିକାର ଅଛି ସେଥିରୁ କିଭଳି ସେମାନେ ବଞ୍ଚିତ ହେଇଥିବା ଦର୍ଶାଇଥିଲେ। ତେଣୁ ମିଶ୍ରଣ ନେଇ କମିଟି ଚଳାଇଥିବା ଏହି ଦୀର୍ଘ ଦିନର ପ୍ରୟାସ, ଉଦ୍ୟମ ଓ ଦାବୀର ଶୀଘ୍ର ସମାଧାନ କରି ଏଥିରେ ପୂର୍ଣ୍ଛଛେଦ ଟାଣିବାକୁ ଅନୁରୋଧ କରିଥିଲେ। ଏହାର ଜବାବରେ ସାଂସଦ ପାଣିଗ୍ରାହୀ କହିଥିଲେ ଯେ ଏହି ସମସ୍ୟାର ସମାଧାନ କାହିଁକି ହୋଇପାରିନି, ପ୍ରତିବନ୍ଧକ କେଉଁଠି ରହିଛି ଓ ଏ ସଂକ୍ତାତ ଫାଇଲ କେଉଁଠି ଅଟକି ରହିଛି ତାହା ତାଙ୍କୁ ଅବଗତ ଅଛି। ସଂସଦର ଅଧିବେଶନ ସରିଲା ପରେ ମିଶ୍ରଣ ନେଇ ସେ ପଦକ୍ଷେପ ନେବେ । ଖୁବ୍ ଶୀଘ୍ର ସହର ତଳି ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ବୋଲି ସେ କମିଟି କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ପ୍ରତିନିଧି ମଣ୍ଡଳୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସହ ଉପସଭାପତି ଦେବୀ ପ୍ରସାଦ ଦାସ,ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ ଓ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *