ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସମ୍ପାଦନା ମଣ୍ଡଳୀ ଆଭାସୀ ବୈଠକ ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସମ୍ପାଦନା ମଣ୍ଡଳୀ ଆଭାସୀ ବୈଠକ ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର “ସାଧନା ରୁ ସିଦ୍ଧି”ପୁସ୍ତକ ପ୍ରକାଶିତ ହେବାକୁ ଯାଉଥିବାରୁ ଏହାର ସମ୍ପାଦନା ମଣ୍ଡଳୀ ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଜୁଲାଇ ମାସ ଉଣିଶ ତାରିଖ ରାତ୍ରିରେ ଅନୁଷ୍ଠିତ ବୈଠକ ରେ ପ୍ରସ୍ତୁତି ହୋଇଥିବା ପାଣ୍ଡୁଲିପି ର ପ୍ରଥମ ପର୍ଯ୍ୟାୟ ପରେ ସମସ୍ତ ଜୀବନାବଳୀ ଦେଇ ଥିବା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଜୀବନାବଳୀ ର କେଉଁ ପୃଷ୍ଠା କେଉଁ ପାରା ଓ କେଉଁ ଧାଡ଼ି ରେ କ’ଣ ସଂଶୋଧନ ହେବ ତାହା ଜଣାଇବାକୁ ସମସ୍ତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅନୁରୋଧ କରାଯାଇଅଛି।

ଏହି କାର୍ଯ୍ୟ ଆଗାମୀ ପାଞ୍ଚ ଦିନ ମଧ୍ୟରେ ଶେଷ ହେବା ପାଇଁ ସମ୍ମତି ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ , ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ , ଉପସଭାପତି କୃଷିଦା ବେଗମ୍, ସମ୍ପାଦନା ମଣ୍ଡଳୀ ସଦସ୍ୟ ଡଃ ପ୍ରଦୀପ କୁମାର ମିଶ୍ର ସୁବାସ ଚନ୍ଦ୍ର ରାଉତ, ପବିତ୍ର ମୋହନ ଦାସ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଙ୍କୁ ସାଧାରଣ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସଭାକୁ ବିରତି ଘୋଷଣା କରାଯାଇଥିଲା।
