ପାଗଳ କୁକୁର କାମୁଡ଼ାରେ ୧୫ରୁ ଉର୍ଦ୍ଧ ଗୁରୁତ୍ୱର
ଦିଗପହଣ୍ଡି :-୨୬/୦୭ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୁରୁବାର ଦିନ ସକାଳ ସମୟରେ ଆତଙ୍କ ଖେଳାଇଛି ପାଗଳ କୁକୁର। ଯାହା ଫଳରେ ୧୫ ଜଣ ରୁ ଅଧିକ ଲୋକଙ୍କୁ ପାଗଳ କୁକୁର କାମୁଡି ଦେଇଥିବା ବେଳେ ସେମାନେ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ପାଗଳ କୁକୁର କାମୁଡ଼ାରେ ଗୁରୁତର ମାନେ ହେଲେ ବନିତା ସାହୁ , ପାୟଲ ବିଷୋୟୀ , ଶତ୍ରୁଘ୍ନ ସାହୁ , ସବିତା ଦଳେଇ , ଶଶି ପାଇକ , କାମେଶ୍ବର ନାୟକ , ଲକ୍ଷ୍ମୀ ଗୌଡ଼ , ସଞ୍ଜୁ ବାଡତ୍ୟା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ପ୍ରକାରେ ସମସ୍ତ ଗୁରୁତର ମାନେ ଅଲଗା ଅଲଗା ଗ୍ରାମର ହୋଇଥିବା ବେଳେ ଏକ ପାଗଳ କୁକୁର ବିଭିନ୍ନ ଗ୍ରାମକୁ ଯାଇ ଲୋକ ମାନଙ୍କୁ ଭୟଭୀତ କରିବା ସହ ଲୋକ ମାନଙ୍କୁ କାମୁଡ଼ି ଗୁରୁତର କରୁଥିବା ସୂଚନା ମିଳିଛି। ତେବେ ସମସ୍ତ ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
