କୁକୁର କାମୁଡ଼ାରେ କ୍ଷତାକ୍ତ ହୋଇ ବାଳକ ଗୁରୁତର ବୁଗୁଡା

:-୨୬/୦୭ ଏଇ କିଛି ଦିନ ତଳେ ଅନେକ ଲୋକଙ୍କୁ କାମୁଡି ବୁଗୁଡା ସହରରେ ଭୟ ବାତାବରଣ ସୃଷ୍ଟି କରିଥିବା ପାଗଳା କୁକୁରଟିକୁ ଲୋକେ ବାଡାଇ ବାଡାଇ ମାରିଦେଇଥିବା ବେଳେ ଆଜି ପୁଣି ବୁଗାବୁଗୁଡା ବ୍ଲକ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମର ଜଣେ ବାଳକ ଅନ୍ୟ ଏକ ପାଗଳା କୁକୁରର କାମୁଡାରେ ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ବାଳକ ଜଣକ ହେଲେ ତନ୍ମୟ ନାଇକ (୧୧) । ପ୍ରକାଶ ଯେ , ଆଜି ସକାଳେ ତନ୍ମୟ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ପାଗଳା କୁକୁରଟି ଆସି ହଠାତ୍ ତାଙ୍କର ବାମ ଗୋଡର ଜଙ୍ଘକୁ କାମୁଡି ଧରିଥିଲା । ସେ ଚିତ୍କାର କରିବାରୁ ଆଖପାଖ ଲୋକେ ଆସିବା ଦେଖି କୁକୁରଟି ଦୌଡି ପଳାଇ ଯାଇଥିଲା । ଆହତ ତନ୍ମୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଅନ୍ୟପକ୍ଷରେ ସେହି ପାଗଳା କୁକୁରଟି ଗାଁର ଏକ ଗାଈକୁ ବାରମ୍ବାର କାମୁଡି ଖଣ୍ଡିଆ ଖାବରା କରିଦେଇଛି । ଫଳରେ ଉଦୟପୁର ଗାଁ ଲୋକଙ୍କୁ ପାଗଳା କୁକୁର ଭୟ ଘାରିଥିବା ବେଳେ ଅନ୍ୟ କାହାକୁ କାମୁଡିବା ପୂର୍ବରୁ କୁକୁରଟିକୁ କାବୁ କରିବାକୁ ଲୋକେ ଏଣେ ତେଣେ ଖୋଜି ବୁଲୁଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *