ଚୋରା ଗଞ୍ଜେଇ ଚାଲାଣ

ଚୋରା ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ମାଫିଆ ଙ୍କୁ ମାଡିବସିଲା କାମାକ୍ଷାନଗର ଅବକାରୀ ବିଭାଗ l ତିନୋଟି ବୋଲେରୋ ଓ ଗୋଟିଏ ଏସ୍ଟିଲୋ କାର ସମେତ ୭୦ କେଜି ଗଞ୍ଜେଇ ଜବତ ଓ ଏଥିରେ ସଂପୃକ୍ତ ୭ ଜଣ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହୋଇଥିବା ସୂଚନା l ସୂଚନା ଅନୁଯାଇ ଗତକାଲି କନ୍ଧମାଳ ଓ ବୌଦ ଅଞ୍ଚଳ ରୁ ଚୋରା ରେ ଗଞ୍ଜେଇ ଆସୁଥିବା ର ଖବରପାଇ ଜିଲ୍ଲା ଉପ ଅଧିକ୍ଷକ ସାୱନ କୁମାର ଭୋଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାମାକ୍ଷାନଗର, ପରଜଙ୍ଗ ଓ ଭୁବନ ଅବକାରୀ ବିଭାଗର କର୍ମଚାରୀ ପରଜଙ୍ଗ ର ବଡଝରା, କାମାକ୍ଷାନଗରର ଆଲତୁମା, ଭୁବନ ଆଦି ସ୍ଥାନରେ ଜଗିରହି ତିନୋଟି ବୋଲେରୋ ଓ ଗୋଟିଏ ଏସ୍ଟିଲୋ କାର ରେ ପ୍ରାୟ ୭୦ କେଜି ଗଞ୍ଜେଇ ସହ ସାତ ଜଣ କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି l ବୌଦ ଓ କନ୍ଧମାଳ ଅଞ୍ଚଳ ରୁ ଏହି ଗଞ୍ଜେଇ ସବୁ ଚୋରା ରେ ଆସି ଢେଙ୍କାନାଳ ଜିଲ୍ଲା ସମେତ ପଡୋଶୀ ଯାଜପୁର ଜିଲ୍ଲା ରେ ବିକ୍ରି କରା ଯାଉଥିବାର ଜଣାଯାଇଛି l ଏହି ଚଢ଼ାଉ ଫଳରେ ଚାରି ଗଞ୍ଜେଇ ଚୋରା ଚାଲାଣକାରୀ ଙ୍କ ସମେତ ତିନି ଜଣ ସ୍ଥାନୀୟ ବେପାରୀ ଙ୍କୁ ଗିରଫ କରାଯାଇଥିବା ନେଇ ଉପ ଅବକାରୀ ଅଧିକ୍ଷକ ଶ୍ରୀ ଭୋଳ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *