ସବୁଜ ବାହିନୀ ପକ୍ଷରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ


ବ୍ରହ୍ମପୁର(୨୮/୦୭/୨୦୨୪) ” ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ” ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବଣିଆମାରି ସଂରକ୍ଷିତ ଜଙ୍ଗଲରେ ” ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆମ୍ବ, ପଣସ, ତେନ୍ତୁଳି, ବାଦାମ,ଜାମକୋଳି,ଖୋଜୁରୀ ଭଳି ବିଭିନ୍ନ ଫଳନ୍ତି କିସମର ମଞ୍ଜି ଜଙ୍ଗଲରେ ଥିବା ଲଣ୍ଡା ପାହାଡରେ ରୋପଣ କରାଯାଇଥିଲା। ଯାହାଦ୍ୱାରା ଜଙ୍ଗଲ ବୃଦ୍ଧି ସହ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଖାଦ୍ୟ ପାଇଁ ଗାଁ ତଥା ସହର ମୁହାଁ ନହୋଇ ଜଙ୍ଗଲରେ ରହିବେ ବୋଲି ସଂଗଠନ ଆଶାବାଦୀ ଅଛନ୍ତି। ଯାହାକି ଏହି ” ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମର ମୂଳ ଉର୍ଦ୍ଧେଶ୍ୟ।


ସଂଗଠନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ମହିଳା ସଂଗଠନ ମାନଙ୍କୁ ନେଇ ବିଭିନ୍ନ ସମୟରେ ” ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମର ମୂଳ ଉର୍ଦ୍ଧେଶ୍ୟ ଜଣାଇବା ସହ ସେମାନଙ୍କୁ ନିଜ ଘର ମାନଙ୍କରେ ଥିବା ମଞ୍ଜିକୁ ସଂଗଠନକୁ ପ୍ରଦାନ କରିବା ପାଇଁ ଆହ୍ୱାନ କରିଆସୁଛି। ସଂଗୃହୀତ ମଞ୍ଜିଗୁଡିକୁ ବ୍ରହ୍ମପୁର ସବୁଜ ବାହିନୀ ବିଗତ ଦିନ ମାନଙ୍କରେ ଛତ୍ରପୁର ରାମଚଣ୍ଡୀ ସ୍ଥିତ ଜିଙ୍ଗଲ,ଚନ୍ଦନିଆ ପାହାଡ଼, ରାମଗୁଡା ସଂରକ୍ଷିତ ଜଙ୍ଗଲ ମାନଙ୍କରେ ରୋପଣ କରିଆସୁଛି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ଉପସଭାପତି ଏମ ଦିଲ୍ଲୀପ କୁମାର, ସମ୍ପାଦକ ଏ ପ୍ରକାଶ,ସହସମ୍ପଦକ ପି ନୋଦ,ପ୍ରସନ୍ନ ସ୍ୱାଇଁ,ପ୍ରବୀଣ ନାୟକ, ଵାଲାଜୀ ବେହେରା ଙ୍କ ସହ ସାମ୍ବାଦିକ ତଥା ପରିବେଶ ବିତୀ ସ୍ୱାଧୀନ କୁମାର ସାହୁ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *