ବାସୁଦେବ ପୁର ଅବକାରୀ ବିଭାଗକୁ ବଡ଼ ସଫଳତା ୮ କିଲୋ ଗଞ୍ଜେଇ ଜବତ ସହ ଜଣେ ଗିରଫ
ବାସୁଦେବ ପୁର ଅଞ୍ଚଳରେ ଦିନ କୁ ଦିନ ମଦ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ଙ୍କ ସଂଖ୍ୟା ବୁଦ୍ଧି ପାଇବାକୁ ଲାଗିଛି ଏହାକୁ ବିନାଶ କରିବା ପାଇଁ ବାସୁଦେବ ପୁର ଅବକାରୀ ବିଭାଗ ପକ୍ଷ ରୁ ଦିନ ରାତି ଅନିଦ୍ରା ହୋଇ ପ୍ରଚେଷ୍ଟା କରୁଛନ୍ତି, ଜିଲ୍ଲା ଅବକାରୀ ଅଧିକ୍ଷକ ନିର୍ଦ୍ଦେଶ ଅନୁସାରେ ଆଜି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ କମାର ଗାଁ ଛକ ଠାରୁ ବାସୁଦେବ ପୁର ଅବକାରୀ ବିଭାଗ ପକ୍ଷରୁ ୮ କିଲୋ ଗଞ୍ଜେଇ ଜବଦ କରିବା ସହିତ ଗୋଟିଏ ଇସ୍କୁଟି ମଟର ସାଇକେଲ ଜବତ କରିଛି ବାସୁଦେବ ପୁର ଅବକାରୀ ବିଭାଗ, ଇସ୍କୁଟି ଗାଡ଼ି ନମ୍ବର ହେଲାOD 22,L ,0718 ଜଣକୁ ଗିରଫ କରିଛି ବାସୁଦେବ ପୁର ଅବକାରବିଭାଗ , ଗିରଫ ହୋଇଥିବା ବ୍ୟକ୍ତି ଜଣକ ଚନ୍ଦୀଆ ଅଞ୍ଚଳର ବୋଲି ଜଣା ପଡିଛି, ତାଙ୍କ ନାମ ହେଲା ତାପସ କୁମାର ମହାନ୍ତି। କେସ ନମ୍ବର 69/24,25ରେ ରୁଜୁ କରି ଗିରଫ ହୋଇ ଥିବା ବ୍ୟକ୍ତି କୁ କୋର୍ଟ ଚାଲାଣ କରାଯାଉଛି ବାସୁଦେବ ପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
