ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର 61 ତମ ପ୍ରତିଷ୍ଠା ଦିବସ ପାଳିତ

।ନିମାପଡା ( ) ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ତାର 61 ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବର ସହକାରେ ପାଳନ କରିଛି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜର ପ୍ରତିଶୃତି ରଖି ମହାବିଦ୍ୟାଳୟକୁ 6 କୋଟି 50 ଲକ୍ଷ ଟଙ୍କାର ଅନୁଦାନ ରାଶି ଭେଟି ଦେଇଛନ୍ତି। 1963 ମସିହା ଜୁଲାଇ 27 ତାରିଖରେ ଗୋଟିଏ ଝାଟିମାଟି ଘରୁ ଆରମ୍ଭ ହୋଇଥିବା ନିମାପଡା ମହାବିଦ୍ୟାଳୟ ଆଜି ମହାଦ୍ରୁମରେ ପରିଣତ ହୋଇଛି।ମାତ୍ର 63 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା କଲେଜ ଏବେ 7 ହଜାର ଛାତ୍ର ଛାତ୍ରୀରେ ପହଁଚିଛି।ପିଲାଙ୍କ ପାଠ ପଢା ଭଲ ରେଜଲ୍ଟ. ପରିବେଶର ଅବସ୍ଥିତିକୁ ନେଇ ନିମାପଡା କଲେଜ ଏ ଗ୍ରେଡ଼ ମାନ୍ୟତା ପାଇସାରିଛି।ଏହି କଲେଜରୁ ପାଠ ପଢି କେତେ ଜ୍ଞାନୀ ଗୁଣି ବ୍ୟକ୍ତି ବିଭିନ୍ନ ସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି।ଏହି କଲେଜର ପ୍ରାକ୍ତନ ଛାତ୍ରୀ ଆଜିର ବିଜେପି ସରକାରର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜକୁ ଗୌରଵାନିତ ମନେ କରିଛନ୍ତି।ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ଅଧ୍ୟକ୍ଷ ଯୋଗେନ୍ଦ୍ର ମିଶ୍ର. ପୂର୍ବତନ ପ୍ରଧ୍ୟାପକ ବସନ୍ତ ମହାନ୍ତି. ଲକ୍ଷ୍ମୀଧର ପଣ୍ଡା. ପ୍ରିନିସିପାଲ ପୁଷ୍ପିତା ରାଜଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ତାର ପୂର୍ଵ ଗୌରବ ବଜାୟ ରଖୁ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ମିନଳତା ମହାନ୍ତି. ସମାଜସେବୀ ସୁଧୀର ମହାନ୍ତି ପ୍ରଧ୍ୟାପକ ପ୍ରଣବ ସ୍ୱାଇଁ. ପୂର୍ବତନ ଛାତ୍ର ନେତା ଅକ୍ଷୟ ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିବା ବେଳେ ଅଧ୍ୟାପକ ରବୀନ୍ଦ୍ର ପାଢ଼ୀ. ମାନସ ରଞ୍ଜନ ସ୍ୱାଇଁ. ଅଶୋକ ସ୍ୱାଇଁ. ସହଦେଵ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *