ନେଇଆସ ଥରେ ତବ ଓଠ ଧାରେ

ନେଇଆସ ଥରେ ତବ ଓଠ ଧାରେ
ସବୁତକ ହସ ମନର
ଚାହିଁ ଦେଖ ବାରେ କଳା ଶ୍ରୀମୁଖରେ
ମନ୍ଦ ମନ୍ଦ ହସ ସୁନ୍ଦର ।।

ତୁମେ ହସିଲେ ତ ପ୍ରସନ୍ନ କାଳିଆ
କାନ୍ଦିଲେ ତା ଅଶ୍ରୁ ଧାର
ଦେଖିଥିବ କେତେ ବହି ଯାଇଥାଏ
ଦୁଇ ଚକ୍ଷୁ ହୋଇ ଗାର ।।

ମଣ ନାହିଁ ଦୁଃଖୀ ହୁଅ ସଦା ସୁଖି
ଦୁଃଖ ସୁଖର ସଂସାର
ଦୁଃଖ ମଧ୍ୟୁ ସୁଖ ବାଛି ପାରୁଥିଲେ
ଜୀବନ ହୁଏ ମଧୁର ।।

ଜୟ ଜଗନ୍ନାଥ 🙏

Leave a Reply

Your email address will not be published. Required fields are marked *