ପଞ୍ଚମ ବାର୍ଷିକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ

ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଦ୍ବାରା ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ| ସମଗ୍ର ଜିଲ୍ଲାରେ ଅନୁଷ୍ଠାନର ନିରବଛିନ୍ନ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା ନୟାଗଡ଼ “ମଣିଷ ଜୀବନ ତୁଚ୍ଛ – ଯିଏ ଲଗେଇନି ଗଛ” “ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ପ୍ରଖ୍ୟାତ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ମୁଥାଗାଡ଼ିଆ ଗ୍ରାମ ପଞ୍ଚାୟତର ମୁକ୍ତାପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ ଶାଳଭଞ୍ଜଠାକୁରାଣୀଙ୍କ ପୀଠରୁ ବୃକ୍ଷ ରୋପଣ ସହ ଶୁଭାରମ୍ଭ ହୋଇଅଛି । ଏହା ସହ ମୁକ୍ତାପୁର, ମୁଥାଗାଡ଼ିଆ, ଓ କାଳୁଚୁଆପଲ୍ଲୀ ଗ୍ରାମରେ ପ୍ରତି ଘରକୁ ଘର ଯାଇ ଚାରା ବଣ୍ଟନ କରାଯାଇଅଛି । ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାହୁଲ ଜୈନ ଯୋଗଦେଇ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କରିବା ସହ ଗଛର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ଡକ୍ଟର କୈଳାସ ବାଣ୍ଠ , ବିନୋଦିନୀ ମହାନ୍ତି, ଦିନେଶ ମହାପାତ୍ର, ସନ୍ତୋଷ ପ୍ରଧାନ,ପତ୍ରକାର ପ୍ରଦୀପ୍ତ ରଥ ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସାହୁ , ବ୍ୟଙ୍ଗ କଲମ ସମ୍ପାଦକ ତଥା ଅଭିନେତା ରବୀନ୍ଦ୍ର ରାଉତ , ଅମିତା ପ୍ରଧାନ, ଶରତ କୁମାର ଦାସ, ବୁଲା ବାରିକ,ଶତ୍ରୁଘ୍ନ ସାହୁ , ଦୁର୍ଯ୍ୟୋଧନ ସାହୁ , କୃଷ୍ଣ ଚନ୍ଦ୍ର ସାହୁ , ବରୁଣ ରାଜ, ଅଜୟ ମହାନ୍ତି (ଛବି), ବିମଳ କୁମାର ଦାଶ, ପ୍ରଫୁଲ୍ଲ କୁମାର ବେହେରା,ଛାତ୍ରନେତା ଜ୍ୟୋତି ରଞ୍ଜନ ଦାଶ, ଏବଂ ଶ୍ରୀତମ କୁମାର ପ୍ରଧାନ, ପ୍ରଫୁଲ୍ଲ ନାୟକ, ପ୍ରଦ୍ୟୁମ୍ନ କୁମାର ସାହୁ, ନବ କିଶୋର ସାଥୁଆ , ପ୍ରଶାନ୍ତ କୁମାର ସାହୁ , ଉମାକାନ୍ତ ମହାପାତ୍ର, ବବୁଲ ଦାଶ, ରାଜେଶ ବାରିକ, ତୋଫାନ ମୁଦୁଲି, ଦେବାଶିଷ ରାଉତ, ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *