ଗ୍ରୀନ ଚିଲି ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଯାଜପୁର ରୋଡ ସ୍ଥିତ କାଳିଆ ଗ୍ରୀନ ଚିଲି ଅନୁଷ୍ଠାନ ର ବାର୍ଷିକ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠାନ ର ସ୍ୱତାଧିକରୀ ଲୋଚନ କୁମାର ସାହୁ ଙ୍କ ନେତୃତ୍ୟ ଏବଂ ବିଶ୍ୱନାଥ ସାହୁ ଙ୍କ ତତ୍ଵାଵଧାନ ରେ ଅନୁଷ୍ଠିତ ଏହି ସ୍ୱଛାକୃତ ରକ୍ତ ଦାନ ଶିବିର ରେ ମୋଟ ୨୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ରକ୍ତ ଦାନ ହେଉଛି ମହତ ଦାନ, ଏହି ରକ୍ତ ବିନା ସଂସାରରେ କେତେ ଲୋକଙ୍କ ଜୀବନ ଯାଉଛି l ଏହାକୁ ଆଖିଆଗରେ ରଖି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଏହି ପ୍ରତିଷ୍ଠା ଦିବସରେ ରକ୍ତ ଦାନ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ମାଲିକ ବିଶ୍ୱନାଥ ସାହୁ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗ୍ରୀନ ଚିଲି ପରିବାର ର ଏଭଳି ମହତ କାର୍ଯ୍ୟପାଇଁ ଅନୁଷ୍ଠାନ ର କର୍ମକର୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ lଯାଜପୁର ରୋଡ଼ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *