କୁଣ୍ଡି ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ କେଦାରପୁର ପଂଚାୟତର ସେରପୁର ଗ୍ରାମର ଧନେଶ୍ବର ମୁଦୁଲି ନାମକ ଜଣେ ୭୫ ବର୍ଷର ବୃଦ୍ଧଙ୍କର ଗତ ଜୁଲାଇ ୨୯ ତାରିଖରେ ନଦୀରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଧନେଶ୍ବର ମୁଦୁଲି ଭୋରୁ ୫ଟାରେ ପାଇଖାନା ସାରିଲା ପରେ ଶୌଚ ହେବା ପାଇଁ କୁଣ୍ଡି ନଦୀକୁ ଯାଇଥିଲେ । କୁଣ୍ଡି ନଦୀରେ ଅଥଳଥଳ ପାଣି । ଗୋଡ ଖସିଯିବା ଫଳରେ ନଦୀରେ ଭାସି ଯାଇଥିଲେ । କିଛି ସମୟ ପରେ ବୋଲବମ ଭକ୍ତ ପାଣି ଉଠାଇବା ସମୟରେ ଭାସମାନ ଅବସ୍ଥାରେ ବୃଦ୍ଧକୁ ଦେଖିଥିଲେ ।ସଙ୍ଗେ ସଙ୍ଗେ ଗାଡି କରି ଭଦ୍ରକ ମୂଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ତାପରେ ସାବରଙ୍ଗ ପୋଲିସ ଯାଇ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ତାଙ୍କ ମର ଶରୀର ଆସି ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ । ବଡ ପୁଅ ଜିତେନ୍ଦ୍ର ମୁଦୁଲି ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମୁଦୁଲି ଜଣେ ସଫଳ ଚାଷୀ ଥିଲେ । ବ୍ୟକ୍ତିଗତ ଜୀବନରେ ସେ ଜଣେ ସରଳ, ମେଳାପୀ ଓ ପରୋପକାରୀ ମଣିଷ ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ବହୁ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ଅନ୍ତିମ ସଂସ୍କାର ସମୟରେ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ,ଦୁଇ ବୋହୁ, ଝିଅ, ଜୋଇଁ, ନାତି,ନାତୁଣୀ, ତଥା ଆତ୍ମୀୟ ସୁଜନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *