ନବମ ବାର୍ଷିକ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଉଦ୍ଘାଟିତ

ସ୍ଥାନୀୟ ଟାଉନହଲ ଠାରେ ନବମ ବାର୍ଷିକ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଉଦ୍ଘାଟିତଆଙ୍କର-ଜଗତସିଂହପୁର ଜିଲ୍ଲା ଶ୍ରୀଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ନବମ ବାର୍ଷିକ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଉଦ୍ଘାଟିତ ହୋଇଯାଇଛି ।ଶ୍ରୀଜଗନ୍ନାଥ ଭକ୍ତ ସମାଜର ସଭାପତି ବିଷ୍ଣୁ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ୧ରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ରେଢୁଆ କ୍ରିୟା ଯୋଗ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି, ଧାରାବାହିକ ପ୍ରବକ୍ତା ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ, ଜଗନ୍ନାଥ ସଂସ୍କୃତି ଗବେଷକ ମନୋଜ ଦାଶ ପ୍ରମୁଖ ଯୋଗ ଦେଇ ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ରୂପ,ସ୍ୱରୂପ,ଲୀଳା ଓ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବାବଦରେ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *