ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଶ୍ୱେତ ଦୋରାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କବିସୂର୍ଯ୍ୟନଗର :-୦୪/୦୮ କବିସୂର୍ଯ୍ୟନଗର ବିଜେପି ଯୁବନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଶ୍ୱେତ ଦୋରା ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ କୃଷିଭିତ୍ତିକ ଯୋଜନା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଆଜି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ରାଜ୍ୟର ଚାଷୀ ପଦାଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଦେଇଛନ୍ତି l

ଚାଷୀଙ୍କ ଦରଦୀ ଯଶସ୍ବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା, ୫୮ ସବଡ଼ିଭିଜନରେ ଶୀତଳ ଭଣ୍ଡାର, ରାଜ୍ୟର ୦୬ଲକ୍ଷ ଚାଷୀଙ୍କୁ ପି. ଏମ କିଷାନରେ ସାମିଲ, ଉଠାଜଳସେଚନ ବ୍ୟବସ୍ଥା ଆଦି ଚାଷୀ ହିତକର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ପୁଷ୍ପଗୁଛ, ଉତ୍ତରୀୟ ଓ ମିଷ୍ଟାନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଯାହା ଫଳରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀ ଉପକୃତ ହୋଇପାଇବେ l

Leave a Reply

Your email address will not be published. Required fields are marked *