ଶିକ୍ଷାବିଭାଗ କିରାଣୀଙ୍କ ବିରୋଧରେ ଶିକ୍ଷକସଂଘ ଦେଲେ ସ୍ମାରକପତ୍ର
ସାନଖେମୁଣ୍ଡି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ କିରାଣୀଙ୍କ ଶିକ୍ଷକମାରଣ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସାନଖେମୁଣ୍ଡି ଗୋଷ୍ଠିଶିକ୍ଷାଧିକାରୀଙ୍କ ଦପ୍ତରରେ କାର୍ଯ୍ୟରତ କିରାଣୀ ପରମାନନ୍ଦ ବେହେରା ପ୍ରାଥମିକ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଶିକ୍ଷକ ମାନଙ୍କ କୌଣସି ନଥିପତ୍ର କାର୍ଯ୍ୟ କରୁନଥିବା ଅଭିଯୋଗ କରାଯାଇଛି। ଦପ୍ତର ପକ୍ଷରୁ ଶିକ୍ଷକ ମାନଙ୍କ ଆନୁଷଙ୍ଗିକ କାର୍ଯ୍ଯ ପରିଚାଳନା ରେ ୨୦୧୯ ମସିହାରୁ କିରାଣୀ ଜଣକ ଶିକ୍ଷକ ମାନଙ୍କୁ ଅବହେଳା କରୁଥିବା ସହ ଏଥିରେ ସୁଧାର ପରିବର୍ତ୍ତେ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଅତିଷ୍ଠ ଶିକ୍ଷକ ମାନେ ଅଭିଯୋଗ କରିବାସହ ଆସନ୍ତା ୮ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନ ନେଲେ ଶିକ୍ଷକ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୈଳାସଚନ୍ଦ୍ର ଦାସ ସମ୍ପାଦକ ବଳରାମ ପୃଷ୍ଟି, ବାବୁଲା ଡାକୁଆ,ପୀତବାସ ପାଢ଼ୀ, ନିରଞ୍ଜନ ପଟ୍ଟନାୟକ, ସୁନିତିପ୍ରଭା ମହାରଣା,ଲିଲାବାଇ କୌଶଲ୍ୟା ବେହେରା, ଦଳେଇ କୋରା ମହାରଣା, କୁନା ସାହୁ, ସିମଞ୍ଚଳ ପ୍ରଧାନ, ସୁଦର୍ଶନ ପଣ୍ଡା, ସଞ୍ଜୟ ସାହୁଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ବ୍ଲକ୍ ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ଵାଇଁଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
