ଲୋକଙ୍କ ସମସ୍ୟାର ଅନ୍- ଦି-ସ୍ପଟ୍ ସମାଧାନ କରୁଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ

ଚଳିତ ନିର୍ବାଚନର ବିଜୟୀ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଗୌରବ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ନିର୍ବାଚନ ପରେ ପର୍ଯ୍ୟାୟକ୍ରମେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ଯାଇ ଲୋକେ ତାଙ୍କୁ ବିଜୟୀ କରିଥିବା କାରଣରୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରୁଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ । ଏହି ପରିପ୍ରେକ୍ଷୀରେ ସୋମବାର ବାଲିପଦର ମଣ୍ଡଳର ୪ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କୁ ଭେଟି ଧନ୍ୟବାଦ୍ ଜଣାଇଥିଲେ l ମନ୍ତ୍ରୀ ପ୍ରଥମେ ବାଲିପଦର ଠାରେ ପହଁଚିବା ପରେ ବିରାଟ ପଟୁଆରରେ କର୍ମୀଙ୍କ ଗହଣରେ ଗ୍ରାମ ପରିକ୍ରମା କରି ଆୟୋଜିତ ଜନ ଶୁଣାଣି ଶିବିରରେ ଯୋଗଦେଇ ଥିଲେ ।

ସେଠାରୁ କାର୍ଯ୍ୟକ୍ରମ ସଦାଶିବପୂର ଶାସନ, କଲମ୍ବ ପଞ୍ଚାୟତ ର ସୁନକେରା କାଳୀ ମନ୍ଦିର ପଡିଆ, ପୋଚାଲୁଣ୍ଡି ପଞ୍ଚାୟତର ପୋଚାଲୁଣ୍ଡି ଗ୍ରାମର କାଳୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅଭିଯୋଗରେ ଯୋଗଦେଇଥିଲେ । ଶେଷରେ ଆଶ୍ରମ କରଡ଼ାବାଡ଼ି ପଞ୍ଚାୟତରେ ଆୟୋଜିତ ଜନ ଶୁଣାଣି ଶିବିରରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ସ୍ଥାନରେ ଲୋକଙ୍କ ଅଭିଯୋଗକୁ ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତାର ସମାଧାନ କରିଥିଲେ ମନ୍ତ୍ରୀ । ପ୍ରଥମେ ମାଆ ଓ ମାଟିକୁ ପ୍ରାଧାନ୍ୟ ଦେଇ ଦଳ ମତ ନିର୍ବିଶେଷରେ ସମସ୍ତ ବର୍ଗର ଲୋକଙ୍କୁ ସରକାରୀ ସୁବିଧା ସହଜରେ ଯୋଗାଇଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ପ୍ରାଥମିକତା ଭିତ୍ତିରେ ରାସ୍ତା ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବରିଷ୍ଠ ନେତା ଗଙ୍ଗାଧର ନାୟକ, ହରେକୃଷ୍ଣ ସାହୁ, ଦିଲୀପ ପ୍ରଧାନ ବାଲିପଦର୍ ମଣ୍ଡଳ ସଭାପତି ଭଗବାନ ଜେନା, ବୁଗୁଡ଼ା ନଗର ସଭାପତି କେଦାର ନାଥ ମହାରଣା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରକାଶ ମହରଥି, ରବୀନ୍ଦ୍ର ପରିଡା ପ୍ରମୁଖଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *